fbpx

ISRO ଲେଖିଲା ଆଉ ଏକ ଇତିହାସ: ହେଲୋ ଅର୍ବିଟର ପ୍ରଥମ ରାଉଣ୍ଡ ପୂରଣ କଲା Aaditya L1

Advertisement

ନୂଆଦିଲ୍ଲୀ: ଭାରତର ଅନ୍ତରୀକ୍ଷ ଏଜେନ୍ସି ବା ଇସ୍ରୋ ଆଉ ଏକ ସଫଳତା ହାସଲ କରିଛି । ଦେଶର ପ୍ରଥମ ସୋଲାର ମିଶନ୍ Aaditya L1 ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟସ୍ଥ ଏଲ୧ ଲେଙ୍ଗ୍ରେଜିୟନ୍ ବିନ୍ଦୁ ବା ହେଲୋ ଅର୍ବିଟର ଚାରି ପାଖରେ ପ୍ରଥମ ରାଉଣ୍ଡ ପୂରଣ କରିଛି । ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଏହାକୁ ଲଞ୍ଚ କରା ଯାଇଥିବା ବେଳେ ଚଳିତବର୍ଷ ଜାନୁୟାରୀ ୬ ତାରିଖରେ ଏହାକୁ ହେଲୋ ଅର୍ବିଟରେ ସ୍ଥାପନା କରା ଯାଇଥିଲା । ଏହାସହିତ Aaditya L1 ଜଟିଳ ପ୍ରକ୍ଷେପ ପଥକୁ ନିରନ୍ତର ରଖିବା କ୍ଷମତାକୁ ସଫଳତାର ସହ ପ୍ରତିପାଦନ କରିଛି ।

ସୂର୍ଯ୍ୟର ଅଧ୍ୟୟନ କରିବା ପାଇଁ ଡିଜାଇନ୍ ହୋଇଥିବା ଅନ୍ତରୀକ୍ଷ ଯାନ Aaditya L1 ମିଶନକୁ L1 ବିନ୍ଦୁର ୪ ପାଖରେ ଏକ ଚକ୍କର ପୂରଣ କରିବାରେ ପ୍ରାୟ ୧୭୮ ଦିନ ସମୟ ଲାଗିଥାଏ । ଇସ୍ରୋ କହିଛି ଯେ, ଏହି ସ୍ଥାନରେ ଅନ୍ତରୀକ୍ଷା ଯାନକୁ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫଳରେ ଅନ୍ତରୀକ୍ଷ ଯାନ ନିଜ ଲକ୍ଷ୍ୟଭ୍ରଷ୍ଟ ହୋଇଯାଏ, କିନ୍ତୁ ଏହିସବୁ ସମସ୍ୟାକୁ ସାମନା କରିବା ପାଇଁ ମିଶନ୍ ଆରମ୍ଭ ହେବା ପରେ ୩ ଥର ଷ୍ଟେସନ କିପିଙ୍ଗ ଯୁଦ୍ଧଭ୍ୟାସ କରିଥିବା କହିଛି ଇସ୍ରୋ । ପ୍ରଥମ ୨ଟି ଯୁଦ୍ଧାଭ୍ୟାସ ଚଳିତବର୍ଷର ଫେବୃଆରୀ ୨୨ ଏବଂ ଜୁନ୍ ୭ ତାରିଖରେ ହୋଇଥିଲା । ତେବେ ଆଜି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି । ଏହାଦ୍ୱାରା ଅନ୍ତରୀକ୍ଷ ଯାନର L1 ପାଖରେ ନିଜ ଦ୍ୱିତୀୟ ଅର୍ବିଟକୁ ନେଇ ସ୍ପଷ୍ଟତା ମିଳିପାରିଛି ।

ସୂଚନା ଥାଉ କି, Aaditya L1ର କକ୍ଷ ଏକ ଆବଧିକ ହେଲୋ କକ୍ଷ, ଯାହା ପୃଥିବୀରୁ ପ୍ରାୟ ୧.୫ ମିଲିୟନ୍ କି.ମି ଦୂର ନିରନ୍ତର ଗତିଶୀଳ ସୂର୍ଯ୍ୟ-ପୃଥିବୀ ରେଖାରେ ଅବସ୍ଥିତ । ଏହାର ପରିକ୍ରମା ଅବଧି ପ୍ରାୟ ୧୭୭.୮୬ ପୃଥିବୀ ଦିନ ହୋଇଥାଏ । ଏହି ହେଲୋ କକ୍ଷ L1ରେ ଏକ ଆବଧିକ, ଏହି ହାଲୋ କକ୍ଷପଥଟି L1 ଚାରିପାଖରେ ଏକ ପର୍ୟ୍ୟାୟକ୍ରମେ, ତିନି-ଡାଇମେନ୍ସନାଲ କକ୍ଷପଥରେ ସୂର୍ୟ୍ୟ, ପୃଥିବୀ ଏବଂ ଏକ ମହାକାଶଯାନ ଧାରଣ କରିଥାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ମୋଟ ଦୂରତାର ପ୍ରାୟ ୧ ପ୍ରତିଶତ ହେଉଛି ଏହି ‘L1 ପଏଃ’ । L1 ଏହି ଅବସ୍ଥାରେ Aaditya L1କୁ ସ୍ଥାପିତ କରାଯାଇଛି । L1 ପଏଣ୍ଟର ଚାରି ପାଖରେ ଥିବା ପ୍ରଭାମଣ୍ଡଳ କକ୍ଷରେ ଏହି ଉପଗ୍ରହରୁ ସୂର୍ୟ୍ୟକୁ ଲଗାତାର ଭାବରେ ଦେଖାଯାଇ ପାରିବ । ଏହି ପଏଣ୍ଟ ଚାରିପାଖରେ ଥିବା କକ୍ଷପଥକୁ ସୋଲାର ହାଲୋ ଅର୍ବିଟ କୁହାଯାଏ ।

Get real time updates directly on you device, subscribe now.