fbpx

ISRO ବୈଜ୍ଞାନିକଙ୍କୁ ବଡ଼ ସଫଳତା, ସାଟେଲାଇଟ୍ ଡାଟା ମାଧ୍ୟମରେ ସମୁୁଦ୍ର ତଳେ ରାମ ସେତୁର ନକ୍ସା କଲେ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ଏଜେନ୍ସି ISRO ରାମ ସେତୁର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିଛି । ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର NASAର ICESat-2 ସାଟେଲାଇଟ୍ ଡାଟା ମାଧ୍ୟମରେ ସମୁଦ୍ର ତଳେ ଥିବା ରାମ ସେତୁର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛି ISRO । ରାମ ସେତୁ ଆଡମ୍ସ ବ୍ରିଜ୍‌(Adam’s Bridge) ଭାବରେ ମଧ୍ୟ ବେଶ ଜଣାଶୁଣା । ଏହି ସେତୁ ଭାରତର ଧନୁଷକୋଡ଼ିରୁ ଶ୍ରୀଲଙ୍କାର ତଲାଇମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି ।

ISROର ଯୋଧପୁର ଏବଂ ହାଇଦ୍ରାବାଦ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରର ଗବେଷକମାନେ NASAର ICESat-2 ସାଟେଲାଇଟ୍ ସାହାଯ୍ୟରେ ମାନଚିତ୍ର ଅଧ୍ୟୟନ କରିଥିଲେ । ଲେଜର କିରଣ ମାଧ୍ୟମରେ ସମୁଦ୍ର ତଳେ ଥିବା ଏଡମ୍ସ ବ୍ରିଜର ୯୯.୮% ଅଂଶର ସନ୍ଧାନ ପାଇଥିଲେ । ଏହି କାରଣରୁ ଜାହାଜ ମାଧ୍ୟମରେ ସମୁଦ୍ର ତଳେ ଥିବା ସେତୁର ସର୍ଭେ କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ ସେତୁ ତଳେ ୧୧ଟି ସଂକୀର୍ଣ୍ଣ ଚ୍ୟାନେଲ(ନାଳ) ଦେଖିଥିଲେ ଯାହାର ଗଭୀରତା ୨-୩ ମିଟର ଅଟେ । ଏହା Gulf of Mannar ଏବଂ Palk Strait ମଧ୍ୟରେ ଜଳ ପ୍ରବାହକୁ ସହଜ କରିଥିଲା ।

ଅନୁସନ୍ଧାନ ଦ୍ୱାରା ପ୍ରସ୍ତୁତ ରାମ ସେତୁର ନକ୍ସା ଆଧାରରେ ସେତୁର ପ୍ରଥମ ୨୯ କିମି ସମୁଦ୍ର ତଳେ ରହିଛି ଯାହାର ଉଚ୍ଚତା ପ୍ରାୟ ୮ ମିଟର ଅଟେ । ଆଡମ୍ସ ବ୍ରିଜର ଭୌତିକ ବିଶେଷତ୍ୱକୁ ନିଶ୍ଚିତ କରିବା ପାଇଁ ବୈଜ୍ଞାନିକମାନେ 3D derived parameters ମାଧ୍ୟମରେ ବାଥିମେଟ୍ରିକ ତଥ୍ୟ ଆଧାରରେ ଭିଜୁଆଲ ଇଣ୍ଟରପ୍ରିଟେସନ୍ସ କରିଥିଲେ । ଆଡମ୍ସ ବ୍ରିଜ୍ କ୍ରେଷ୍ଟ ଲାଇନ(crest line)ର ଉଭୟ ପାଶ୍ୱର୍ରୁ ପ୍ରାୟ ୧.୫ କିଲୋମିଟ ଗଭୀର ଢ଼େଉ ମଧ୍ୟରେ ରହିଛି । ଏହା ଧନୁଷକୋଡ଼ି ଏବଂ ତଲାଇଆମନ୍ନାର ଦ୍ୱୀପ ମଧ୍ୟରେ ଏକ ସବମେରାଇନ୍ ଶୃଙ୍ଖଳା ଭଳି ଦୃଶ୍ୟମାନ ହୁଏ । ଅନ୍ୟପଟେ ରାମେଶ୍ୱରମ ମନ୍ଦିରରେ ଥିବା ଅଭିଲେଖାରୁ ଏହା ଦର୍ଶଯାଇଛି ଯେ ଏହି ରାମ ସେତୁ ୧୪୮୦ ପର୍ଯ୍ୟନ୍ତ ଜଳସ୍ତର ଉପରେ ଥିଲା ଏବଂ ପରେ ଏକ ଘୂର୍ଣ୍ଣିବଳୟ ସମୟରେ ଏହା ବୁଡ଼ିଯାଇଥିଲା । ଆମର ଏହି ଅନୁସନ୍ଧାନ ଆଡମ୍ସ ବ୍ରିଜ୍ ଏବଂ ଏହାର ଉତ୍ପତ୍ତି ବିଷୟରେ ବୁଝିବା ପାଇଁ ଆହୁରି ସହାୟକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.