fbpx

ଛୋଟ ପିଲା ରାଗିଲେ ହୋଇପାରେ ଭୟଙ୍କର ସ୍ଥିତି! ଶାଣୀରିକ-ମାନସିକ ସ୍ଥିତି ବିଗିଡ଼ିଯାଏ, ଜାଣନ୍ତୁ କେମିତି ବୁଝାଇବେ

ସାଧାରଣ ଭାବେ ବଡ଼ ଲୋକଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଭାବପ୍ରବଣ ହୋଇଥାନ୍ତି । ଛୋଟ ଛୋଟ କଥାରେ ସେମାନେ ଖୁସି ହୋଇଯାଆନ୍ତି, ସେହିପରି ଛୋଟ କଥାରେ ମଧ୍ୟ ଦୁଃଖୀ ହୋଇଥାନ୍ତି । ତେବେ ଅନେକ ସମୟରେ ପିଲାମାନଙ୍କଠାରେ ଦୁଃଖ ଓ କ୍ରୋଧ ପରି ଭୟଙ୍କର ସ୍ୱଭାବ ଦେଖିବାକୁ ମିଳିଥାଏ । ସେମାନେ ନିଜର ଭାବନାକୁ ବ୍ୟକ୍ତ କରିପାରନ୍ତି ନାହିଁ । ତେଣୁ ଏଭଳି ସ୍ଥିତିରେ ପିମାମାତାମାନେ ନିଜର ସନ୍ତାନମାନଙ୍କୁ ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପିଲାମାନେ ଜମାରୁ ବୁଝୁନାହାନ୍ତି ବୋଲି କିଛି ଦମ୍ପତି କହିଥାନ୍ତି ।

ଅନେକ ସମୟରେ ପିଲାମାନଙ୍କର ଅନ୍ତରର ଯାତନା ବିଷୟରେ ବାହାରକୁ ମଧ୍ୟ ଜଣାପଡ଼ି ନଥାଏ । ଏହାଦ୍ୱାରା ପରୋକ୍ଷରେ ପିଲାମାନଙ୍କର ଶାରୀରିକ, ମାନସିକ ସ୍ଥିତି ବିଗିଡ଼ି ଯାଇଥାଏ । ପିଲାମାନେ କିପରି ସେମାନଙ୍କର ଅନ୍ତରର ଭାବନାକୁ ପରିପ୍ରକାଶ କରିପାରିବେ, ସେଥିପାଇଁ ଉପଯୁକ୍ତ ପରିବେଶର ଆବଶ୍ୟକତା ରହିଥାଏ ।

  • ପିଲାମାନଙ୍କୁ ନିଜର ମନର ଭାବନାକୁ ଅନ୍ୟ ଆଗରେ ପରିପ୍ରକାଶ କରିବାର ଅଭ୍ୟାସ କରାନ୍ତୁ ।
  • ସେମାନଙ୍କୁ ସେମାନଙ୍କର ମନ ପସନ୍ଦର ଖାଇବା, ଖେଳଣା, ବହି ଆଦି ଦେଇ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ ।
  • ବିଭିନ୍ନ ଉପାୟରେ ସେମାନଙ୍କୁ ଶାନ୍ତ କରିବାକୁ ପ୍ରୟାସ କରନ୍ତୁ ।
  • ଛୋଟବେଳୁ ପିଲାମାନଙ୍କୁ କ୍ରୋଧ ମ୍ୟାନେଜମେଣ୍ଟ ବିଷୟରେ ଶିଖାନ୍ତୁ ।
  • କ୍ରୋଧ ସମୟରେ ପିଲାମାନଙ୍କୁ ଥଣ୍ଡା ପାଣି, ମିଠା ଜାତୀୟ ଜିନିଷ ଖାଇବାକୁ ଦିଅନ୍ତୁ ।

ପିଲାମାନେ ବହୁତ ଲାଜ ସ୍ୱଭାବର ହୋଇଥାଏ, ତେଣୁ ସେମାନଙ୍କର ଇମୋସନକୁ ବୁଝିବା ପାଇଁ ଆଲିଙ୍ଗନ କରନ୍ତୁ । ସେମାନଙ୍କର କଥାକୁ ପୂର୍ଣ୍ଣ ଭାବେ ଶୁଣନ୍ତୁ ଓ ସମାଧାନ କରିବା ପାଇଁ କଥା ଦିଅନ୍ତୁ । କ୍ରୋଧ ଆସିଲେ ଆମର କ’ଣ ସବୁ କ୍ଷତି ଘଟିଥାଏ ସେ ବିଷୟରେ ପିଲାଙ୍କୁ ଭଲ ଭାବେ ସ୍ଥିର ଚିତ୍ତରରେ ବୁଝାଇ ଦିଅନ୍ତୁ ।

Get real time updates directly on you device, subscribe now.