ଭୟଙ୍କର ଭବିଷ୍ୟବାଣୀ: ଏହା ଦୁନିଆର ହେବ ଶେଷ ଦିନ, ଆଉ ବାକି ନାହିଁ ସମୟ…

ଅନେକ ଥର ଦୁନିଆ ଶେଷ ହେବାର ପୂର୍ବାନୁମାନ କରାଯାଇଛି, ଯାହା ଅତ୍ୟନ୍ତ ଭୟାନକ। ଏହା ଦୁନିଆର ହେବ ଶେଷ ଦିନ, ଆଉ ସମୟ ବାକି ନାହିଁ, ଦୁନିଆ ଧ୍ୱଂସ ହେବାର ଭୟଙ୍କର ଭବିଷ୍ୟବାଣୀ ପ୍ରାଣ ଥରାଇ ଦେଇଥିଲା । କିନ୍ତୁ ପ୍ରକୃତରେ ଦୁନିଆ ଶେଷ ହେବାକୁ ଯାଉଛି କି? ଦୁନିଆର ବିନାଶ ବିଷୟରେ କ’ଣ ଭୟଙ୍କର ଭବିଷ୍ୟବାଣୀ କରାଯାଇଥିଲା ଏବଂ କେତେଥର ଭୁଲ ପ୍ରମାଣିତ ହୋଇଛି ଜାଣନ୍ତୁ …

ଦୁନିଆର ବିନାଶ ବିଷୟରେ ଅନେକ ଯୁକ୍ତି ଏବଂ କଳ୍ପନାଜଳ୍ପନା ରହିଛି। ସମ୍ପ୍ରତି ଏକ ଗ୍ରହ ବିଷୟରେ ଆଲୋଚନା ହେଉଛି, ଯାହା ଆସନ୍ତା କିଛି ବର୍ଷ ମଧ୍ୟରେ ପୃଥିବୀକୁ ଆସିପାରେ। ବୈଜ୍ଞାନିକମାନେ ମଧ୍ୟ ଏହାକୁ ନେଇ ଭୟଭୀତ ଅଛନ୍ତି ଏବଂ ସେମାନେ କହିଛନ୍ତି ଯେ, ବର୍ତ୍ତମାନ ଏହାର   କୌଣସି ସମାଧାନ ନାହିଁ ଯାହା ଏହି ବିପର୍ଯ୍ୟୟକୁ ରୋକିପାରିବ।

ମାୟା କ୍ୟାଲେଣ୍ଡର ଖ୍ରୀଷ୍ଟପୂର୍ବ ୩୧୧୪ରେ ଆରମ୍ଭ ହୋଇଥିଲା।  ଏହାର ଶେଷ ତାରିଖ ଥିଲା ୨୧ ଡିସେମ୍ବର ୨୦୨୨। ଲୋକମାନେ ଭାବିଲେ ଯେ, ଏହା ହେଉଛି ଦୁନିଆର ଶେଷ ଦିନ ଏବଂ ଏହା ହେଉଛି ପୃଥିବୀର ଶେଷ ଭବିଷ୍ୟବାଣୀ।

୨୦୦୦ ମସିହାରେ ମଧ୍ୟ  ବିଶ୍ୱର ସମାପ୍ତ ହେବାର ଭୟ ଥିଲା। ସେହି ସମୟରେ କମ୍ପ୍ୟୁଟରରେ ଏକ ତ୍ରୁଟି ଥିଲା। ସମସ୍ତେ ଭାବୁଥିଲେ ଏହା ସମଗ୍ର ବିଶ୍ୱରେ କମ୍ପ୍ୟୁଟର ଉପରେ ଆକ୍ରମଣ କରି ସେମାନଙ୍କୁ ନଷ୍ଟ କରିଦେବ। ଯେତେବେଳେ ଏହି ୧ ଜାନୁଆରୀ ୨୦୦୦ରେ କିଛି କମ୍ପ୍ୟୁଟରରେ ସମସ୍ୟା ଆରମ୍ଭ ହେଲା, ଲୋକମାନେ ଭାବିଲେ ଏହା  ବିଶ୍ୱକୁ ନଷ୍ଟ କରିଦେବ।

୧୫୫୫ରେ ଦୁନିଆର ବିଖ୍ୟାତ ଜ୍ୟୋତିଷ ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ କରିଥିଲେ। ଏହି ଘଟଣା ବିଷୟରେ ସେ ଲେସ୍ ପ୍ରୋଫାଇଟିସ୍ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ। ଏହା ବିଶ୍ତର ସମାପ୍ତି ବିଷୟରେ ପୂର୍ବାନୁମାନ କରିଥିଲା,  ଏହା ସତ ହୋଇ ନଥିଲା।

୧୮୦୬ରେ, ଇଂଲଣ୍ଡର ଲିଡ୍ସରେ ଏକ କୁକୁଡ଼ା ଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ , ସେ ଦେଇଥିବା ଅଣ୍ଡା ଉପରେ ଯୀଶୁ ଖ୍ରୀଷ୍ଟ ଲେଖିଥିଲେ। ସେହି ସମୟରେ ଏହା ବ୍ୟାପକ ଭାବରେ ବ୍ୟାପିଗଲା ଯେ, ଯୀଶୁଖ୍ରୀଷ୍ଟ ବାର୍ତ୍ତା ଦେଉଥିଲେ ଯେ ଦୁନିଆର ବିନାଶ ହେବ। ଶେଷରେ ଏହା ଜଣାପଡ଼ିଲା ଯେ, ଏହି କଥା କୁକୁଡ଼ା ମାଲିକଙ୍କ ଦ୍ୱାରା ଲେଖାଯାଇଥିଲା।

ଭବିଷ୍ୟବାଣୀ ଠିକ୍ ହେଉ କି ଭୁଲ୍ ହେଉ ସବୁଠୁ ବଡ଼ କଥା ହେଉଛି, ଦୁନିଆ ଯେବେ ବି ଶେଷ ହେବ ତାହାକୁ କେହି ରୋକିପାରିବେ ନାହିଁ । ଏବେର ପରିସ୍ଥିତି ଯାହା ହେଲାଣି ଏହା ଶେଷ ହେବାକୁ ମଧ୍ୟ ବେଶୀ ସମୟ ଲାଗିବ ନାହିଁ ।