Video: ଇଏ ରିଲ୍ସ ନୁହେଁ ରିଅଲ ହିରୋ, ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ବର୍ଷା, ପବନରେ ଜଣେ ମହିଳା ରୋଗୀଙ୍କୁ ଉଦ୍ଧାର କରିଥିଲେ ମାନସ । ହାତରେ ଟେକିଧରି ରୋଗୀଙ୍କୁ ଆମ୍ବୁଲାନ୍ସ ଯାଏଁ ନେଇଆସିଥିଲେ । ମାନସଙ୍କ ସାହସୀକ ପଦକ୍ଷେପ ପାଇଁ ଚାରି ଆଡ଼ୁ ମିଳୁଛି ପ୍ରଶଂସା ।

ଏକ୍ସ ଜରିଆରେ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କର ଏକ୍ସ ପୋଷ୍ଟରେ ଲେଖିଛନ୍ତି, “ବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକଙ୍କ ସାହାସିକତା ପାଇଁ ଜଣେ ରୋଗୀଙ୍କ ଜୀବନ ବଞ୍ଚିଯାଇଛି। ତାଙ୍କର ସାହସିକତା ଓ ମାନବିକତା ପାଇଁ ତାଙ୍କୁ ସାଧୁବାଦ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।”

ସେପଟେ ରାଜନଗର ବ୍ଲକ୍ ର ତାଳଚୁଆ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଲୋକଙ୍କୁ ସ୍ଥାନାନ୍ତର ବେଳର ଦୃଶ୍ୟକୁ ସରକାର ପ୍ରଶଂସା କରିଥିଲେ । ଖସମୁଣ୍ଡା ଗ୍ରାମର ଆଶା କର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ ଆଜି ଜଣେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ଶିବାନୀ ତାଙ୍କ ପିଠିରେ ପକେଇ ଜଣେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଇଥିଲେ। ବୃଦ୍ଧଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏପରି ସମର୍ପଣ ଭାବନା ଖୁବ୍ ପ୍ରଶଂସନୀୟ । ସେଥିପାଇଁ ଶିବାନୀଙ୍କୁ ଲୋକଙ୍କ ସମେତ ରାଜ୍ୟ ସରକାର ଖୁବ୍ ପ୍ରଶଂସା କରିଛନ୍ତି ।