fbpx
BJD SKY
BJD SKY

ଚିନ୍ନାସ୍ୱାମୀରେ ଚମକିଲେ ଆୟର ଓ ବୁମରା: ପ୍ରଥମ ଦିନ୧୬୬ ରନ ପଛରେ ଶ୍ରୀଲଙ୍କା

BJD

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦୃଢ ସ୍ଥିତିରେ ରହିଛି ଭାରତ । ମାତ୍ର ୨୫୨ ରନରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଜଣ ଶ୍ରୀଲଙ୍କା ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇଛି । ୪ ଜଣ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିବା ବେଳେ ଆଞ୍ଜେଲୋ ମାଥ୍ୟୁସ ସର୍ବାଧିକ ୪୩ ରନ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ୧୫ ରନରେ ୩ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି ।

ପିଙ୍କ ବଲ ଟେଷ୍ଟର ପ୍ରଥମ ଇନିଂସରେ ୨୫୨ ରନରେ ଅଟକିଛି ଟିମ ଇଣ୍ଡିଆ । ପ୍ରାରମ୍ଭିକ ଝଟକା ଲାଗିବା ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ଦମଦାର ପାଳି ଦ୍ୱାରା ୨୫୦ ରନ ପାର କରିଛି ରୋହିତ ସେନା । କିନ୍ତୁ ନିଜ ଦ୍ୱିତୀୟ ଶତକରୁ ମାତ୍ର ୮ ରନ ଦୂରରେ ରହିଯାଇଛନ୍ତି ଆୟର । ୯୮ ବଲରୁ ୯୨ ରନ ସଂଗ୍ରହ କରିଥିବା ବେଳେ ଏହି ଲମ୍ବା ପାଳିରେ ୧୦ ଟି ଚୌକା ଏବଂ ୪ଟି ଛକା ସାମିଲ ରହିଛି । ତେବେ ଶ୍ରେୟସଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ପାଳି ଖେଳିବା ପାଇଁ ଅସମର୍ଥ ହୋଇଛନ୍ତି । ଶ୍ରେୟସଙ୍କ ପରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ୨୬ ବଲରେ ୩୯ ରନର ଦ୍ରୁତ ପାଳି ଖେଳୁଥିଲେ ହେଁ ଏମ୍ବୁଲଡେନିୟାଙ୍କ ଯାଦୁକରୀ ବଲରେ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ତେବେ ଏହି ଛୋଟ ପାଳି ମଧ୍ୟରେ ୭ଟି ଜୋରଦାର ଚୌକା ଲଗାଇଥିଲେ । ତେବେ ଏହି ଇନିଂସରେ ମଧ୍ୟ ଫେଲ ମାରିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ । ୪୮ ବଲରେ ୨ ଚୌକା ସହ ୨୩ ରନ କରି ଧନଞ୍ଜୟଙ୍କ ଶିକାର ହୋଇଛନ୍ତି ବିରାଟ । ଅନ୍ୟ ପକ୍ଷରେ ପ୍ରଥମ ଟେଷ୍ଟର ସୁପର ହିରୋ ରବିନ୍ଦ୍ର ଜାଡେଜା ବଲ ବାଉନ୍ସରେ ଫିକା ପଡିଯାଇଛନ୍ତି । ୪ ରନ କରି ପାଭିଲିୟନ ଫେରିିଛନ୍ତି ଜାଡେଜା । ଅଧିନାୟକ ରୋହିତ ଶର୍ମା ମଧ୍ୟ ୧୫ ରନ ହିଁ ଦଳ ପାଇଁ ସହଯୋଗ କରି ପାରିଛନ୍ତି । ସେପଟେ ବୋଲିଂରେ ଖୁବ ଭଲ ପଦର୍ଶନ କରିଛନ୍ତି ଶ୍ରୀଲଙ୍କାର ସ୍ପିନର । ଲାସିଥ ଏମ୍ବୁଲଡେନିୟା ଏବଂ ପ୍ରବୀଣ ଜୟବିକ୍ରମା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଧନଞ୍ଜୟ ଡି ସିଲଭା ୨ଟି ୱିକେଟ ହାସଲ କରିଛନ୍ତି । ସେହିପରି ସୁରଙ୍ଗା ଲାକମଲ ଗୋଟିଏ ୱିକେଟ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.