fbpx

ବଢିଲା ଜ୍ୟାକଲିନଙ୍କ ଅଡୁଆ: ଶେଷରେ ହାତ ଛାଡିଲେ ସଲମାନ ଖାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି । କନମ୍ୟାନ ସୁକେଶ ଚନ୍ଦ୍ରଶେଖର ସହିତ ସମ୍ପର୍କକୁ ନେଇ ଜ୍ୟାକ ଇଡିର ସ୍କାନରରେ ରହିଛନ୍ତି । ଏପରି ପରସ୍ଥିତିରେ ଜ୍ୟାକଲିନଙ୍କ ଗଡ୍ ଫାଦର କୁହାଯାଉଥିବା ସଲମାନ ଖାନ ମଧ୍ୟ ତାଙ୍କ ହାତ ଛାଡି ଦେଇଛନ୍ତି । ସଲମାନ ଖାନ ନିଜର ଦ ବାଙ୍ଗ ଶୋରୁ ଜ୍ୟାକଲିନଙ୍କୁ ବାଦ ଦେଇଛନ୍ତି । ରିୟାଧ, ସାଉଦି ଆରବରେ ସଲମାନଙ୍କ ଶୋ ରହିଥିବା ବେଳେ ଏହି ତାଲିକାରୁ ଜ୍ୟାକଲିନଙ୍କୁ ହଟେଇ ଦିଆଯାଇଛି ।

ଇଡି ପକ୍ଷରୁ ଜ୍ୟାକଲିନଙ୍କୁ ନୋଟିସ ଦିଆ ଯାଇଥିବା ବେଳେ ବିଦେଶ ଗସ୍ତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖରେ ସଲମାନ ଖାନଙ୍କ ଶୋ ରହିଥିବା ବେଳେ ବୁଧବାର ଜ୍ୟାକଲିନଙ୍କ ନାମ ହଟାଇ ଦିଆଯାଇଛି । ଜ୍ୟାକଲିନ ନଥିଲେ ହେଁ ଶିଳ୍ପା ସେଟ୍ଟୀ, ସାଇ ମଞ୍ଜରେକର, ପ୍ରଭୁ ଦେବା, ସୁନୀଲ ଗ୍ରୋଭର, କମଲ ଖାନ, ଗୁରୁ ରନ୍ଧାୱା ଏବଂ ଆୟୁଷ ଶର୍ମାଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।

 

View this post on Instagram

 

A post shared by Salman Khan (@beingsalmankhan)

Get real time updates directly on you device, subscribe now.