fbpx

ରୋଡ ରୋମିଓଙ୍କୁ ସାବାଡ କରିବ ଲିପଷ୍ଟିକ୍: ୟୁପି ଯୁବକଙ୍କ ଚମତ୍କାର ଉଦ୍ଭାବନ

ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀର ଜଣେ ଯୁବକ ଏକ ସ୍ୱତନ୍ତ୍ର ଲିପଷ୍ଟିକ୍ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ଲିପଷ୍ଟିକ୍ ନୁହେଁ, ବରଂ ଏଥିରେ ରହିଛି ଆଣ୍ଟି-ଇଭ-ଟୀଜିଙ୍ଗ ବ୍ୟବସ୍ଥା। ଏହା ଦେଖିବାକୁ ସାଧାରଣ ଲିପଷ୍ଟିକ୍ ସଦୃଶ୍ୟ, କିନ୍ତୁ ଏହାର ଉଦ୍ଦେଶ୍ୟ ଭିନ୍ନ ଅଟେ । କୌଣସି ବ୍ୟକ୍ତି ଯୁବତୀଙ୍କୁ ହଇରାଣ କରୁଥିବା ବେଳେ ଏହା ବନ୍ଧୁକ ସଦୃଶ୍ୟ ସାହାଯ୍ୟ କରିବ ।

ତେବେ ଏହି ଲିପଷ୍ଟିକର ଏକ ଟ୍ରିଗର ବଟନ ରହିଛି, ଯାହାକୁ ଚିପିବା ଦ୍ୱାରା ଫାୟାରିଙ୍ଗ ପରି ଶବ୍ଦ ବାହାରିବ । ଏହାର ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯିବ । ଘଟଣାସ୍ଥଳରେ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ ଏହି ଲିପଷ୍ଟିକ୍ କାମ କରିବ । ଏହା ସହ ଏପରି କରିବା ଦ୍ୱାରା ଘଟଣାସ୍ଥଳର ସୂଚନା ମିଳିବା ସହ ଓ ପୋଲିସ ପାଖକୁ ଫୋନ୍ ମଧ୍ୟ ଯିବ ।

ଲିପଷ୍ଟିପକୁ ପ୍ରସ୍ତୁତ କରିଥିବା ଶ୍ୟାମ ଚୌରାସିୟା କହିଛନ୍ତି ଯେ, ‘ଏହା ହେଉଛି ମହିଳାମାନଙ୍କୁ ସୁରକ୍ଷା ଦେଉଥିବା ଲିପଷ୍ଟିକ ବନ୍ଧୁକ । ଏଥିରେ ଏକ ଗନ୍ ରଖିଥିବା ବେଳେ ଏହା ସାହାଯ୍ୟରେ ଆପଣ ୧୧୨କୁ ଫୋନ୍ କରିପାରିବେ । ଏହାକୁ ପ୍ରସ୍ତୁତ କରିବାରେ ପାଖାପାଖି ଏକ ମାସ ଲାଗିଥିବା ବେଳେ ୬୦୦ ଟଙ୍କା ଖର୍ଚ୍ଚ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ମହିଳାଙ୍କ ପାଇଁ ଏହା ବେଶ ଲାଭଦାୟକ ରହିବ ।

Get real time updates directly on you device, subscribe now.