fbpx

CDS ବିପିନ ସିଂ ରାୱତଙ୍କ ନିଧନରେ ମର୍ଯ୍ୟାଦା ଭୁଲିଗଲା ପାକିସ୍ତାନ: ଏମିତି ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତର ସେନା ପ୍ରମୁଖ ଜେନେରାଲ ବିପିନ ସିଂ ରାୱତଙ୍କ ନିଧନରେ ସମଗ୍ର ଦେଶ ଶୋକ ପ୍ରକାଶ କରୁଛି । ଏପରିକି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷିଆ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ତେବେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପକ୍ଷରୁ ଏମିତି ପ୍ରତିକ୍ରିୟା ଆସିଛି ଯାହାକୁ ସମସ୍ତେ ସମାଲୋଚନା କରିଛନ୍ତି । ଦିବଙ୍ଗତ ପୂର୍ବତନ ସେନାଧ୍ୟକ୍ଷ ବିପିନ ସିଂ ରାୱତ ବୁଧବାର ଦ୍ୱିପ୍ରହରରେ ଶହୀଦ ହୋଇଥିଲେ । ତାମିଲନାଡୁର କୁନ୍ନୁରରେ ତାଙ୍କ ହେଲିକପ୍ଟର କ୍ରାସ କରିବା ସହିତ ୧୩ ଜଣଙ୍କର ନିଧନ ହୋଇଥିଲା ।

ଭାରତୀୟ ବାୟୁସେନା ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯିବା ପରେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଶୋକବ୍ୟକ୍ତ କରିଥିଲେ । ତେବେ ପାକିସ୍ତାନୀ ଟ୍ୱିଟ୍ଟର ବ୍ୟବହାରକାରୀ କିନ୍ତୁ ନିଜର ଶିଷ୍ଟାଚାର ଭୁଲି ଯାଇଥିଲେ । ରାୱତଙ୍କ ମୃତ୍ୟୁରେ ଖୁସି ମନାଇଥିଲେ କିଛି ପାକିସ୍ତାନୀ । ରାୱତଙ୍କ ପାଇଁ ନର୍କର କାମନା ମଧ୍ୟ କରିଥିଲେ । ବିପିନ ରାୱତଙ୍କ ପାଇଁ ଦୁଃଖିତ ହେବାର କିଛି କାରଣ ନାହିଁ, ଏହା ପାକିସ୍ତାନ ପାଇଁ ମିନି ଇଦର ସମୟ । ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଥିଲେ ଗୋଟିଏ ହତ୍ୟାକୁ କେମିତି ଦୁର୍ଘଟଣାର ରୂପ ଦିଆଯାଏ ତାହା ଭାରତୀୟ ବାୟୁସେନା ଠାରୁ ଶିଖିବା ଆବଶ୍ୟକ । ୨୦୨୨ ୟୁପି ନିର୍ବାଚନ ପୂର୍ବରୁ ମୋଦୀଙ୍କୁ ସହନୁଭୂତି ଆବଶ୍ୟକ ଥିଲା ଯେଉଁ କାରଣ ପାଇଁ ରାୱତଙ୍କୁ ଶହୀଦ ହେବାକୁ ପଡିଲା ବୋଲି ଲେଖିଛନ୍ତି ଜଣେ ବ୍ୟବହାର କାରୀ ।

Get real time updates directly on you device, subscribe now.