fbpx

ପୁଣି ବଢିଲା ଜ୍ୟାକଲିନଙ୍କ ସମସ୍ୟା: ଦେଶ ଛାଡ଼ିବା ସହିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଫାଶରେ ପଡିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ଶନିବାର ନିୟମିତ ଜାମିନରେ ଦାଖଲ ହୋଇଥିବା ସମୟରେ ଏଭଳି ବଡ଼ ଖୁଲାସା ହୋଇଛି। ପଟିଆଲା ହାଉସ୍ କୋର୍ଟରେ ଇଡି ଏଭଳି କିଛି ରିପୋର୍ଟ ଦାଖଲ କରିଛି। ଯେଉଁଥିପାଇଁ ଜ୍ୟାକଲିନଙ୍କ ସମସ୍ୟା ଏବେ ଆହୁରି ବଢିଯାଇଛି। ‘ପ୍ରମାଣ ବଦଳାଇବାକୁ ମୋବାଇଲରୁ ଡାଟାକୁ ଡିଲିଟ୍ କରିବା ସହ ଜ୍ୟାକଲିନ୍ ଦେଶ ଛାଡ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ।’ କିନ୍ତୁ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଥିବାରୁ ଏଥିରେ ସେ ସଫଳ ହୋଇପାରି ନଥିଲେ।

ଇଡି କହିଛି ଯେ, ଜ୍ୟାକଲିନ ତଦନ୍ତରେ କେବେ ସହଯୋଗ କରିନାହାଁନ୍ତି। ଯେତେବେଳେ ତାଙ୍କୁ ପ୍ରମାଣ ଦେଖାଇ କିମ୍ବା ଅନ୍ୟ ଅଭିଯୁକ୍ତଙ୍କ ସାମ୍ନାରେ ବସାଇ ପଚରାଉଚରା କରାଯାଉଥିଲା, ସେ କେବଳ ସ୍ୱୀକାର କରିଥିଲେ। ଅନୁସନ୍ଧାନ ସମୟରେ ଜ୍ୟାକଲିନଙ୍କ ଆଚରଣ ଭଲ ନଥିଲା, ସେ ପ୍ରମାଣ ଏବଂ ସାକ୍ଷୀମାନଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ବୋଲି ଇଡି ଆଶଙ୍କା ପ୍ରକାଶ କରିଛି। ଏହି ବିଶେଷ ଯୁକ୍ତି ସହିତ ଇଡି ଏହାର ଉତ୍ତର ପଟିଆଲା କୋର୍ଟରେ ଦାଖଲ କରିଥିଲେ ଏବଂ ଜ୍ୟାକଲିନଙ୍କୁ ଜାମିନ ପ୍ରଦାନକୁ ବିରୋଧ କରିଥିଲେ।

ସୂଚନାଯୋଗ୍ୟ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ ଇଡି ଫାଶରେ ପଡିଛନ୍ତି । ଏହି ମାମଲା କନମ୍ୟାନ୍ ମୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡ଼ିତ । ଯାହାକୁ ଜ୍ୟାକଲିନ୍ ତାଙ୍କ ସ୍ୱପ୍ନର ମଣିଷ ଭାବୁଥିଲେ ବୋଲି ମଧ୍ୟ କୁହାଯାଉଛି । ଏହି ମାମଲାରେ ପଟିଆଲା କୋର୍ଟ ଇଡିକୁ ଜବାବ ଦାଖଲ କରିବାକୁ କହିଥିଲେ । ଏଥିପାଇଁ ଇଡି ଆଉ କିଛି ସମୟ ମାଗିଥିଲା । ତେବେ ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବର ୧୦କୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.