fbpx

ଜେଲ୍ ଫେରନ୍ତା ରେପ୍ ଅଭିଯୁକ୍ତର କାରନାମା: ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା

ଭୋପାଳ, ୨୧ା୪: ମଧ୍ୟପ୍ରଦେଶରେ ଜଣେ ଜେଲ ଫେରନ୍ତା ଅଭିଯୁକ୍ତର କଳାକାରନାମା ଦେଖିବାକୁ ମିଳିଛି । ଦୁଷ୍କର୍ମ ଅଭିଯୁକ୍ତ ଜଣକ ଜେଲରୁ ଫେରିବା ପରେ ପୀଡ଼ିତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କର ସ୍ଥିତି ଗମ୍ଭୀର ରହିଥିବା ଜଣପଡ଼ିଛି ।

ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବତୀଙ୍କ ଘରେ ପହଞ୍ଚିଥିଲା । ପରେ ସେ ଯୁବତୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲା । ନିଆଁରେ ଯୁବତୀଙ୍କ ଶରୀରର ୮୦ ଭାଗ ଜଳିଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ୩ ବର୍ଷ ପୂର୍ବରୁ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିଲା । ଗତ କିଛିଦିନ ହେଲା ଅଭିଯୁକ୍ତ ଜେଲରୁ ଫେରିଥିଲା । ତେବେ ହତ୍ୟା ଉଦ୍ୟମ ନେଇ ଅଭିଯୁକ୍ତ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.