fbpx

ଆରପାରିର କରଣୀ ସେନା ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀ, ଏସଏମଏସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ

ଜୟପୁର:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀଙ୍କ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଏସଏମଏସ ହସ୍ପିଟାଲରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲୋକେନ୍ଦ୍ର ସିଂ କଲଭୀ ଏହା ପୂର୍ବରୁ ମସ୍ତିଷ୍କ ଆଘାତର ଶିକାର ହୋଇଥିଲେ। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହଠାତ୍ ହୃଦ୍‌ଘାତ (ହୃଦଘାତ) ହେତୁ ତାଙ୍କର ମୃତ୍ୟ ହେଇଥିବା ସୂଚନା ମିଳିଛି।

ନାଘର ଜିଲ୍ଲାର କଲଭି ଗ୍ରାମରେ ଲୋକେନ୍ଦ୍ର ସିଂ କଲଭୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୂଚନାନୁସାରେ, ଲୋକେନ୍ଦ୍ର ସିଂ କଲଭୀ ମସ୍ତିଷ୍କରେ ଆଘାତ ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଜୁନ୍ ୨୦୨୨ ରୁ ଚିକିତ୍ସିତ ହେଉଥିଲେ। କରଣୀ ସେନା ପ୍ରତିଷ୍ଠା କରିଥିବା ଲୋକେନ୍ଦ୍ର ସିଂ କଲଭୀ ବହୁ ବର୍ଷ ଧରି ତାଙ୍କ ସମାଜର ସ୍ୱାର୍ଥ ଏବଂ ଦାବି ଉପରେ ସ୍ୱର ଉତ୍ତୋଳନ କରିଥିଲେ।

ତେବେ ବଲିଉଡ ଚଳଚିତ୍ର ପଦ୍ମାବତ ରିଲିଜ ହେବାପରେ ଲୋକେନ୍ଦ୍ର ସିଂ କଲଭୀ ଏହା ଉପରେ ଟିପ୍ପଣୀ ଦେଇଥିଲେ , ସେ କହିଥିଲେ , “ଯଦି ଫିଲ୍ମରେ ଭୁଲ ତଥ୍ୟ ଦେଖାଯାଏ, ତେବେ ସେମାନେ ଏହାର ସ୍କ୍ରିନିଂକୁ ଅନୁମତି ଦେବେ ନାହିଁ। ଲୋକେନ୍ଦ୍ର ସିଂ କଲଭି ଅନେକ ପ୍ରସଙ୍ଗରେ ଲୋକ ଲୋଚନକୁ ଆସିଥିଲେ। ବିଶେଷକରି ସେ ରାଜପୁତ ସମାଜର ଗର୍ବ ପାଇଁ ସ୍ୱର ଉତ୍ତୋଳନ କରିଥିଲେ ।

ସୂଚନାମୁତାବକ ଲୋକେନ୍ଦ୍ର ସିଂ କଲଭୀଙ୍କ ପିତା କଲ୍ୟାଣ ସିଂ କଲଭି ମଧ୍ୟ କିଛି ସମୟ ରାଜ୍ୟ ତଥା କେନ୍ଦ୍ରରେ ମନ୍ତ୍ରୀ ଥିଲେ।ତାଙ୍କ ପିତା କଲ୍ୟାଣ ସିଂ କଲଭୀ ଚନ୍ଦ୍ରଶେଖର ସରକାରରେ ମନ୍ତ୍ରୀ ଥିଲେ। କୁହାଯାଏ ଯେ ସେ ଚନ୍ଦ୍ରଶେଖରଙ୍କ ଜଣେ ବିଶ୍ୱସ୍ତ ଲୋକ ଥିଲେ। ଲୋକେନ୍ଦ୍ର ସିଂ କଲଭି ସାମାଜିକ ପ୍ରସଙ୍ଗ ସହିତ ରାଜନୀତିରେ ସକ୍ରିୟ ଥିଲେ। ତେବେ ତାଙ୍କ ରାଜନୈତିକ ଯାତ୍ରା କିଛି ଅଧିକ ଲାଭପ୍ରଦ ନଥିଲା।

Get real time updates directly on you device, subscribe now.