fbpx
BSKY
BJD SHG SKY
BJD MC SKY

ପେନସିଲ୍ ମୁନ ଉପରେ ତିଆରି କଲେ ସବୁଠାରୁ ଛୋଟ ଶ୍ରୀରାମ, କେଉଁଠି ସ୍ଥାନ ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କ ବାଳ ସ୍ୱରୂପର ପ୍ରତିମା ତ ବିରାଜମାନ ହୋଇସାରିଲେଣି । କିନ୍ତୁ ସମସ୍ତ ମୂର୍ତ୍ତିକାରଙ୍କୁ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରିବାର ସୌଭାଗ୍ୟ ମିଳିନାହିଁ । ଏହାସତ୍ତ୍ୱେ କଳାକାରମାନେ ନିଜ ନିଜ ସ୍ତରରେ ନୂଆ ନୂଆ କାର୍ଯ୍ୟ ଜାରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ରାଜସ୍ଥାନର ଯୁବ ମୂର୍ତ୍ତିକାର ନବରତ୍ନ ପ୍ରଜାପତି ଭଗବାନ ରାମଙ୍କ ସବୁଠାରୁ ଛୋଟ ମୂର୍ତ୍ତି ତିଆରି କରିଛନ୍ତି । ସେ ପେନସିଲ ମୁନ ଉପରେ ଶ୍ରୀରାମଙ୍କ ଅତି ସୂକ୍ଷ୍ମ କଳାକୃତି ନିର୍ମାଣ କରିଛନ୍ତି ।

ଜୟପୁରର ମହେଶ ନଗରରେ ରହୁଥିବା ନବରତ୍ନ ପ୍ରଜାପତି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହୋଲ୍ଡର । ସେ କହିଛନ୍ତି ଲେଖିବା କାମରେ ଆସୁଥିବା ପେନସିଲ ମୁନରେ ପ୍ରଭୁ ଶ୍ରୀରାମଙ୍କ ସୂକ୍ଷ୍ମ ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ୫ ଦିନ ସମୟ ଲାଗିଥିଲା । ଏହି ମୂର୍ତ୍ତିର ଲମ୍ବ ମାତ୍ର ୧.୩ ସେଣ୍ଟିମିଟର ରହିଛି । ମୂର୍ତ୍ତିରେ ଭଗବାନ ରାମଙ୍କ ଗୋଟିଏ ହାତରେ ଧନୁ ଓ ଅନ୍ୟ ହାତରେ ତୀର ରହିଛି । ଏହି ମୂର୍ତ୍ତି ରାମ ମ୍ୟୁଜିୟମରେ ରଖାଯିବା ଲାଗି ରାମ ଟ୍ରଷ୍ଟକୁ ଉପହାର ଭାବରେ ପ୍ରଦାନ କରାଯିବ ।

ଏହା ପୂର୍ବରୁ ନବରତ୍ନ ମାତ୍ର ୨ ଏମଏମର କାଠ ଚାମଚ ତିଆରି କରିଥିଲେ । ପେନସିଲ ମୁନରେ ସେ ପୂର୍ବରୁ ଭଗବାନ ଗଣେଶ, ଭଗବାନ ମହାବୀର, ମହାରଣା ପ୍ରତାପ, ବଲ୍ଲଭ ଭାଇ ପଟେଲ, ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକୃତି ମଧ୍ୟ ତିଆରି କରିଛନ୍ତି । ଏବେ ଯେତେବେଳେ ପୁରା ଦେଶ ରାମ ମୟ ହୋଇଉଠିଛି ସେତେବେଳେ ନବରତ୍ନ କିପରି ଚୁପ୍ ବସିଥାନ୍ତେ । ସେ ପେନସିଲରେ ଏପରି ରାମ ମୂର୍ତ୍ତି ତିଆରି କରିଛନ୍ତି ଯାହା ଦେଖିିବା ପରେ ଆପଣଙ୍କ ମୁଖରୁ ସ୍ୱତଃ ଜୟ ଶ୍ରୀରାମ ବାହାରି ଆସିବ ।

Get real time updates directly on you device, subscribe now.