fbpx
BSKY
BJD MC SKY
BJD MS SKY

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରିପାଇବା ବିରୋଧ ମାମଲା: ଦାଖଲ ହୋଇଥିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁଣିଥରେ ଫେରିପାଇବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହାକୁ ବର୍ତ୍ତମାନ ପ୍ରତ୍ୟାଖ୍ୟାନ କରାଯାଇଛି। ‘ମୋଦୀ ଉପନାମ’ ସମ୍ପର୍କିତ ବିବାଦୀୟ ମନ୍ତବ୍ୟରେ ରାହୁଲଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ, ଯେଉଁଥିପାଇଁ ସେ ସଦସ୍ୟତା ହରାଇଥିଲେ। ତେବେ ଗତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ, ଯେଉଁ କାରଣରୁ ରାହୁଲ ଗାନ୍ଧୀ ପୁଣି ସଦସ୍ୟତା ଫେରି ପାଇଥିଲେ।

ସୁପ୍ରିମକୋର୍ଟ କେବଳ ସଦସ୍ୟତା ଫେରିପାଇବା ବିରୋଧରେ ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି, ବରଂ ଆବେଦନକାରୀଙ୍କ ଉପରେ ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ଆବେଦନକୁ ଭିତ୍ତିହୀନ ବୋଲି କହି କୋର୍ଟ ଆବେଦନକାରୀ ଅଶୋକ ପାଣ୍ଡେଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଏହାପୂର୍ବରୁ ଲାକ୍ଷାଦ୍ଵୀପ ସାଂସଦ ମହମ୍ମଦ ଫୈଜଲଙ୍କ ସଦସ୍ୟତା ପୁନଃ ସ୍ଥାପନକୁ ଚ୍ୟାଲେଞ୍ଜ କରି ପାଣ୍ଡେଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିଲା। ପାଣ୍ଡେ କହିଛନ୍ତି ଯେ, ଯଦି କେହି ଉଚ୍ଚ ନ୍ୟାୟାଳୟରେ ନିର୍ଦ୍ଦୋଷ ପ୍ରମାଣିତ ନ ହୁଅନ୍ତି, ତେବେ ତାଙ୍କୁ ଗୃହକୁ ଫେରାଇ ନିଆଯିବା ଉଚିତ୍ ନୁହେଁ।

Get real time updates directly on you device, subscribe now.