fbpx

ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗରେ ସ୍ପଷ୍ଟିକରଣ ରଖିଲେ ଓସେପା ନିର୍ଦ୍ଦେଶକ

ଓଡ଼ିଶା ଭାସ୍କର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥିମାନଙ୍କ ଆଡମିଟ କାର୍ଡକୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ ପ୍ରାର୍ଥିଙ୍କର ନାମ ହେଉଛି ମାହାଲ ମାଣ୍ଡା । ସେହିପରି ବାପାଙ୍କ ନାମ ସ୍ଥାନରେ ରହିଛି ‘ମାହାଲ ମାଣ୍ଡା ପ୍ରୋ’ । ଆଡମିଟ କାର୍ଡରେ ଏଭଳି ଭାବରେ ଲେଖା ଯାଇଥିବା ଦେଖିବାକୁ ମିଳିଥିଲା।

ଏହି ଶ୍ରୀ ଗୁରୁ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପ୍ରାର୍ଥିମାନେ ଏହି ପରୀକ୍ଷା ଦେଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ତେବେ ଏହି ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗରେ ମନ୍ତବ୍ୟ ଦେଇଛନ୍ତି ଓସେପା ନିର୍ଦ୍ଦେଶକ ଅନୁପମ ଶାହା । ଅଟୋଜେନେରେଟେଡ ଆଡମିଟ କାର୍ଡ ପାଇଁ ଏଭଳି ନାଁ ଆସିଥିବା କହିଲେ’ ।

ପ୍ରାର୍ଥୀମାନେ କଂପ୍ୟୁଟର ଜରିଆରେ ନିଜେ ଆଡମିଟ୍‌ କାର୍ଡ କାଢ଼ିଥିଲେ’ । ‘ପରୀକ୍ଷା କେନ୍ଦ୍ରକୁ ଆଡମିଟ କାର୍ଡ ସହ ୨ଟି ପରିଚୟ ପତ୍ର ଆଣିବା ଜରୁରୀ ଥିଲା’ । ‘କିଛି ଅନାମଧେୟ ବ୍ୟକ୍ତି ମାହଲମାଣ୍ଡା ଭଳି ନାଁରେ କାର୍ଡ ବାହାର କରିଛନ୍ତି’ ତେଣୁ ଚୟନରେ କୌଣସି ଅନିୟମିତତା ହୋଇନି କହିଲେ ନିର୍ଦ୍ଦେଶକ ଅନୁପମ ଶାହା ।

Get real time updates directly on you device, subscribe now.