fbpx

ଯାଜପୁର: ଦୁଷ୍କର୍ମୀଙ୍କ ଭୟରେ ଛାତରୁ ଡେଇଁପଡିଲେ ନାବାଳିକା, ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଡୁବୁରୀ: ଦୁଷ୍କର୍ମ ଭୟରେ ଛାତରୁ ଡେଇଁଲେ ନାବାଳିକା। ସାମ୍ନାରେ ଥିଲେ ଦେହ ପିପାସୀ ଅଶୁର ଆଉ ଏକ ପଟେ ଛାତରୁ ଡେଇଁ ନିଜର ସମ୍ମାନ। ଶେଷରେ ଦୁଷ୍କର୍ମୀଙ୍କଠାରୁ ରକ୍ଷା ପାଇବା ପାଇଁ ଛାତରୁ ଡେଇଁଲେ ନାବାଳିକା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଡୁବୁରରୀର ଝୁମ୍ପାଣଠାରେ। ଛାତରୁ ଡେଇଁ ଗୁରୁତର ନାବାଳିକା ଟାଟା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ୍ ପଚରା ଉଚରା କରୁଛି।

ସୂଚନା ଅନୁସାରେ ଗତକାଲି ଆନନ୍ଦପୁରରୁ ନାବାଳିକା ନିଜ ସାନ ଭାଇ ସହ ଆସିଥିଲେ। ଭଉଣୀ ଘର କାଳିଆପାଣିକୁ ଯିବା ପାଇଁ ଉଭୟେ ଡୁବୁରୀ ଛକରେ ଓହ୍ଲାଇଥିଲେ। ସେଠାରୁ ଦୁହେଁ ଚାଲିଚାଲି ଯିବା ସମୟରେ ଯିବା କିଛି ପିଲା ଝୁମ୍ପାଣଠାରେ ସେମାନଙ୍କୁ ଅଟକାଇଥିଲେ। ରାତିରେ ଏତେ ବାଟ ନଯାଇ ପାଖ ସ୍କୁଲ୍‌ରେ ରହି ସକାଳୁ ଯିବାକୁ କହିଥିଲେ। କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲ୍‌ର ଛାତ ଉପରେ ଆଶ୍ରୟ ନେଇଥିଲେ।

ତେବେ ବିଳମ୍ବିତ ରାତିରେ ୫ ଯୁବକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାର ବିରୋଧ କରିବାରୁ ସେମାନେ ନାବାଳିକା ଓ ତାଙ୍କ ସାନଭାଇକୁ ମାଡ଼ ମାରିଥିଲେ ଏବଂ ପିଟି ପିଟି ସାନଭାଇକୁ ସେଠାରୁ ବିଦା କରିଦେଇଥିଲେ। ଏହାପରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାଡ ଖାଇ ସାନ ଭାଇ ସେଠାରୁ ପଳାଇ ଯାଇ ପାଖ ଲୋକଙ୍କୁ ଘଟଣା ବିଷୟରେ କହିବାରୁ ସେମାନେ ତୁରନ୍ତ କଳିଙ୍ଗନଗର ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

 

 

Get real time updates directly on you device, subscribe now.