fbpx

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ୍

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ର୍ରମଣ ମାମଲାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଗତକାଲି ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ତିନିଟି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଉତ୍ୟକ୍ତ ଲୋକମାନେ ଖୁବ୍ ମାଡ଼ ମାରିଥିଲା । ଯାହାର ଭିଡିଓ ମଧ୍ୟ ସାମନାକୁ ଆସିଥିଲା । ବର୍ତ୍ତମାନ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେସୁଦ୍ଧା ମୋଟ ୧୧ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷ ରହିଥିବା ବେଳେ ୬ ଜଣ ମହିଳା ରହିଛନ୍ତି । ଏନେଇ ବିଶେଷ ସୁତ୍ରରୁ ସୁଚନା ମିଳିଛି । ଏହାବ୍ୟତୀତ ଅନ୍ୟ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ ।

ସୂଚନା ଯେ, ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । କନକ ନ୍ୟୁଜ୍, କଳିଙ୍ଗ ଟିଭି ଏବଂ ଅର୍ଗସ୍ ନ୍ୟୁଜ୍ ର ତିନି ଜଣ ସାମ୍ବାଦିକଙ୍କ ଉପରକୁ ଆକ୍ରବଣ କରାଯାଇଥିଲା । ଦେବାଶିଷ ସାହୁ, ଗୁଲସନ୍ ଅଲ୍ଲୀ ନୱାଜ୍ ଏବଂ ବିଜୟ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବୁଥ୍ ରିଜିଂ ଉଦ୍ୟମ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.