fbpx

ନୂଆ ପରିଚୟ ପାଇବ ଯାଜପୁର ମେଡିକାଲ କଲେଜ: ନାମକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ମିଳିଲା ଗ୍ରୀନ ସିଗନାଲ । ଏହି ବିରାଟ ପରିବର୍ତ୍ତନର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ପ୍ରସିଦ୍ଧ ରାଜାଙ୍କ ନାଁ ଅନୁସାରେ ଏହି ମେଡିକାଲ କଲେଜର ନାମକରଣ କରାଯିବ । ତେବେ ଆସନ୍ତା ୨୦୨୪ ଶିକ୍ଷାବର୍ଷରୁ ନୂଆ ନାଁରେ ପରିଚିତ ହେବ ଯାଜପୁରର ମେଡିକାଲ କଲେଜ । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ଓଡ଼ଶାର ପୂର୍ବତନ ରାଜଧାନୀ ତଥା ବିରଜାକ୍ଷେତ୍ର ଯାଜପୁରରେ ଥିବା ମେଡିକାଲ କଲେଜର ନୂତନ ଭାବେ ନାମକରଣ କରିବା ପାଇଁ ରାଜି ହୋଇଛନ୍ତି ରାଜ୍ୟ ବିଜେଡ଼ି ସୁପ୍ରିମୋ । ଯାଜପୁର ମେଡିକାଲର ନାଁ ସୋମ ବଂଶୀ ରାଜା ଯଯାତି କେଶରୀଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ଏକ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ମିଳି ସାରିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଂକେତ ପରେ ନୂଆ ନାଁରେ ପରିଚୟ ପାଇବ ଯାଜପୁରର ମେଡିକାଲ କଲେଜ । ତେବେ ଆସନ୍ତା ୨୦୨୪ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହାସହିତ ୧୦୦ ସିଟ୍ ରେ ନାମଲେଖା ପାଇଁ ଏନଏମସିକୁ ଆବେଦନ କରିବେ ସରକାର ।

Get real time updates directly on you device, subscribe now.