ରାସ୍ତାରେ ମଇଁଷି ବୁଲେଟ୍ ଧରି ବୁଲୁଛନ୍ତି ଯମ, ସାଙ୍ଗରେ ଅଛନ୍ତି ବାହାନ ମଇଁଷି
ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସାକ୍ଷାତ ଯମରାଜ। ସାଙ୍ଗରେ ବି ଅଛନ୍ତି ବାହାନ ମଇଁଷି। ଯାହାଙ୍କୁ ଦେଖିବା ପାଇଁ ରାସ୍ତାରେ ଲାଗିଛି ଭିଡ଼। ସେଲ୍ଫି ନେଉଛନ୍ତି ଲୋକେ।
ନୂଆଦିଲ୍ଲୀ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଖୋଦ୍ ଯମରାଜ। ତା ପୁଣି ନିଜ ବାହାନ ସହ। ଆଉ ସେ ଯେମିତି ମଡର୍ଣ୍ଣ ଯମ। ତାଙ୍କ ବାହନ ମଇଁଷି ବି ସେମିତି ମଡର୍ଣ୍ଣ। ନିଜ ଗଦା ଆଉ ବାହନ ସହ ପୁରା ସହର ବୁଲୁଛନ୍ତି ଯମ ରାଜ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆନ ମିଡିଆରେ ତ ପ୍ରତ୍ୟେକ ଦିନି କିଛି ନା କିଛି ନୂଆ ନୂଆ ଭିଡିଓ ଦେଖିବାକୁ ମିଳେ। କିଛି ଭିଡିଓରୁ ଆମକୁ ଭଲ ଶିକ୍ଷା ମିଳୁଥିବା ବେଳେ, ଆଉ କିଛି ମନୋରଞ୍ଜନ ଧର୍ମୀ ଭିଡିଓ ହୋଇଥାଏ। ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଥାଏ।
ମଡର୍ଣ୍ଣ ଯମ: ଠିକ୍ ସେହିପରି ଏବେ ରାସ୍ତାରେ ବୁଲୁଛନ୍ତି ମଡର୍ଣ୍ଣ ଯମ। ଯାହାଙ୍କର ଭିଡିଓ ଭାଇରାଲ ହେଉଛି। ତେବେ ଏହି ଦୃଶ୍ୟଟି କେଉଁଠିକାର ସଠିକ୍ ଭାବରେ ଜଣା ପଡିନଥିବା ବେଳେ, ଏହାକୁ କିନ୍ତୁ ଲୋକ ଦେଖିବା ପାଇଁ ବେଶ ପସନ୍ଦ କରୁଛନ୍ତି। କାରଣ ଯମ ରାଜଙ୍କ ଦର୍ଶନ ତ ନ ମରିବା ଯାଏଁ ହୋଇପାରେନି।
ଆଉ ଯେତେବେଳେ ବଞ୍ଚି ଥାଉ ଥାଉ ସାକ୍ଷାତ ଯମଙ୍କର ଦର୍ଶନ ମିଳୁଛି ତାହା ପୁଣି ଧରା ପୃଷ୍ଠରେ। ତେଣୁ ଲୋକ ଏହାକୁ ଦେଖିବାକୁ ବେଶ ଉତ୍ସାହିତ ହେଉଛନ୍ତି ଏବଂ ଯମ ରାଜଙ୍କର ସହ ସେଲ୍ଫି ମଧ୍ୟ ନେଉଛନ୍ତି।
ଯମଙ୍କ ବାହାନ: ହଁ ଯମରାଜ ଏକା ପୃଥିବୀ ପୃଷ୍ଠକୁ ଆସିନାହାନ୍ତି ତାଙ୍କ ସହ ତାଙ୍କ ବାହାନ ମଇଁଷି ମଧ୍ୟ ଆସିଛି। ଯାହା ଉପରେ ବସି ସେ ପୁରା ସହର ବୁଲୁଛନ୍ତି। ତେବେ ପ୍ରକୃତ କଥା ହେଉଛି ଭାଇରାଲ ଭିଡିଓ ଅନୁସାରେ ଜଣେ ବ୍ୟକ୍ତି ଫୁଲ ଯମଙ୍କ ଗେଟପରେ ଅଛନ୍ତି।
ଆଉ ନିଜ ବୁଲେଟକୁ ମଇଁଷି କରିଛନ୍ତି। ଅର୍ଥାତ୍ ବୁଲେଟର ଲାଇଟରେ ଏକ ସମ୍ପୂର୍ଣ୍ଣ ମଇଁଷିର ମୁଣ୍ଡ ଲଗାଯାଇଛି। ଆଉ ସେହି ବ୍ୟକ୍ତି ଜଣଙ୍କ ପୁରା କଳା ଦେଖାଯାଉଛନ୍ତି। ଆଉ କଳା ରଙ୍ଗର ଧୋତି ଡ୍ରେସ ମଧ୍ୟ ପିନ୍ଧିଛନ୍ତି। ହାତରେ ରହିଛି ଗଦା। ମୁଣ୍ଡରେ ରହିଛି ସୁନେଲି ରଙ୍ଗର ମୁକୁଟ। ବାହୁବଳୀ ଭଳି ଦେଖାଯାଉଛନ୍ତି ବେଲ୍ଟ ସହ ଯମରାଜଙ୍କ ସମସ୍ତ ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି।
ଟ୍ରାଫିକ ପୋଲିସ: କହିବାକୁ ଗଲେ ଅବିକଳ ଯମରାଜ ତ। ହେଲେ ସେ ରାସ୍ତାରେ ଯିବା ସମୟରେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇ ଥିଲା। ପରେ ତାଙ୍କ ପାଖରେ ସେଲ୍ଫି ନେବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।
ଯାହାର ଭିଡିଓ କରି ଜଣେ ଲୋକ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ହିଁ ହଜାର ହଜାର ଲୋକ ଏହି ଭିଡିଓରେ କମେଣ୍ଟ ଦେବା ଆରମ୍ଭ କରିଥିଲେ।
ଜଣେ ୟୁଜର୍ସ ଲେଖିଥିଲେ- ଯମରାଜ ପୃଥିବୀ ପରିଦର୍ଶନ କରିବାକୁ ଆସିଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି- ଏହି ଯମଙ୍କୁ ଦେଖି ପୋଲିସ ମଧ୍ୟ ଡରି ଯାଇଛି। ଆଉଜଣେ ଲେଖିଛନ୍ତି ସେ ସମ୍ପୂର୍ଣ୍ଣ ଯମରାଜ ପରି ଘୂରି ବୁଲୁଛନ୍ତି।