fbpx

ଏକ ଦଶନ୍ଧି ପରେ ଲଞ୍ଚ ହେବ ‘ଜେମସ ୱେବ୍’: ସୂର୍ଯ୍ୟଙ୍କୁ ପରିକ୍ରମା ସହିତ ଅନ୍ତରୀକ୍ଷରେ ଏଲିୟନ ଖୋଜିବ

ନୂଆଦିଲ୍ଳୀ: ଦୀର୍ଘ ଏକ ଦଶନ୍ଧି ବିଳମ୍ବରେ ଅନ୍ତରୀକ୍ଷକୁ ଉତକ୍ଷେପଣ କରାଯିବ ବିଶ୍ୱର ସର୍ବବୃହତ ଟେଲିସ୍କୋପ ଜେମସ ୱେବ୍ । ଶନିବାର ଦିନ ୧୨.୨୦ ମିନିଟରେ ଏହି ଟେଲିସ୍କୋପର ଉତ୍କ୍ଷେପଣ କରାଯିବ । ପ୍ରାୟ ୧୦ ବର୍ଷ ବିଳମ୍ବରେ ଏହି ଟେଲିସ୍କୋପକୁ ଉତକ୍ଷେପଣ କରାଯାଉଥିବା ବେଳେ ଏହା ପୃଥିବୀ ଚତୁଃପାଶ୍ୱର୍ରେ ନୁହେଁ ବରଂ ସୂର୍ଯ୍ୟ ଚତୁଃପାଶ୍ୱର୍ରେ ପରିକ୍ରମା କରିବ । ଏହା ସହିତ ସୌରମଣ୍ଡଳ ବାହାରେ ରହିଥିବା ଗ୍ରହ ଓ ଗ୍ରହାଣୁ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ । ଏପରିକି ଏହି ଟେଲିସ୍କୋପ ଜରିଆରେ ଏଲିୟନ ମାନଙ୍କ ଅନୁସନ୍ଧାନ କରିହେବ । ଫ୍ରେଞ୍ଚ ଗୁଏନାରେ ରହିଥିବା ୟୁରୋପିଆନ ସ୍ପେସ୍ ଏଜେନ୍ସିର କୌରୁ ସ୍ପେଶ ଷ୍ଟେସନରୁ ଏହି ଟେଲିସ୍କୋପ ଉତକ୍ଷେପଣ କରାଯିବ । ଏହି ପ୍ରକଳ୍ପ ନାସାର ଫ୍ଲାଗସିପ୍ ପ୍ରକଳ୍ପ ହୋଇଥିବା ବେଳେ ପ୍ରାୟ ୩୦ ବର୍ଷ ଧରି ଏହାର ଅର୍ବିଟ୍ରାରୀ ନିର୍ଦ୍ଧାରଣ କରାଯାଇଛି । ପ୍ରାରମ୍ଭିକ ଭାବରେ ଏହି ଟେଲିସ୍କୋପ ପାଇଁ ୫୦୦ ମିଲିୟନ ଡଲାର ବଜେଟ ରହିଥିବା ବେଳେ ୧୦ ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇ ୧୦ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା ।

୨୦୧୧ରେ ଏହି ଟେଲିସ୍କୋପ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ ଏହାର ଉତ୍କ୍ଷେପଣ ବିଳମ୍ବିତ ହେବାରେ ଲାଗିଥିଲା । ୨୦୨୧ରେ ମଧ୍ୟ ଏହାର ଉତକ୍ଷେପଣ ୩ଥର ବନ୍ଦ ରଖାଯାଇଥିଲା । ଡିସେମ୍ବର ପ୍ରଥମ ସପ୍ତାହରେ ଉତକ୍ଷେପଣ ବନ୍ଦ ରଖାଯାଇଥିବା ବେଳେ ଡିସେମ୍ବର ୨୨ ତାରିଖରେ କମ୍ୟୁନିକେସନ ଏରର ପାଇଁ ଏହାକୁ ବନ୍ଦ କରାଯାଇଥିଲା । ଏହାପରେ ଡିସେମ୍ବର ୨୪ ତାରିଖରେ ପୁନଃ ଉତକ୍ଷେପଣ ତାରିଖ ନିର୍ଦ୍ଧାରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ଡିସେମ୍ବର ୨୫ ରଖାଯାଇଥିଲା । ଆରିଏନ୍-୫ ରକେଟ ଜରିଆରେ ଏହାକୁ ଉତକ୍ଷେପଣ କରାଯିବ । ପୃଥିବୀରୁ ୧.୫ ଲକ୍ଷ କିମି ଦୂରରେ ଏହା ରକେଟରୁ ଅଲଗା ହେବା ସହିତ ସୂର୍ଯ୍ୟକୁ ପରିକ୍ରମା କରିବ । ଏହି ଟେଲିସ୍କୋପଟି ହବଲ ଟେଲିସ୍କୋପ ଠାରୁ ଶକ୍ତିଶାଳୀ ହୋଇଥିବାରୁ ଅନ୍ତରୀକ୍ଷରେ ଅବସ୍ଥିତ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ର ସମ୍ପର୍କରେ ବିସ୍ତୃତ ସୂଚନା ହାସଲ କରିହେବ ।

Get real time updates directly on you device, subscribe now.