fbpx

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଭାରତୀୟ ସେନାକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆନ୍ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶୋପିଆନ୍ ଜିଲ୍ଲାର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବବା ଦେଇଥିଲେ । ଆତଙ୍କବାଦୀଙ୍କ ଯୋଜନାକୁ ସୁରକ୍ଷା ବାହିନୀ ଫଣ୍ଡ କରିବା ପରେ ଏନକାଉଣ୍ଟର ହୋଇଥିଲା । ସୋମବାର ରାତିରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । କାଶ୍ମୀର ଜୋନ୍ ପୋଲିସ ଏହି ସୂଚନା ଦେଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷା କର୍ମୀ ନିଜର ଅପରେସନ୍ ଜାରି ରଖିଛି । ଏହାପୂର୍ବରୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

ଏନକାଉଣ୍ଟର ସ୍ଥାନରୁ ଉଭୟ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜଣେ ଯୁବକଙ୍କୁ ଗୁଳି ଚଳାଇଥିଲେ । ଘଟଣାର ତୁରନ୍ତ ପରେ, ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କ ବିଷୟରେ କିଛି ଖବର ମିଳିପାରି ନଥିଲା । ବୁଧବାର ସନ୍ଧ୍ୟାରେ ଅନନ୍ତନାଗ ଜିଲ୍ଲାର ଭାଟ୍ରିଗାମ ଭାନିହାମା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଗୁଳି କରିବା ଫଳରେ ସେ ଆହତ ହୋଇଥିଲେ ।

Get real time updates directly on you device, subscribe now.