fbpx

ଭୟଙ୍କର ଦୁର୍ଘଟଣା: ଚାଲିଗଲା ୬ ଜଣଙ୍କ ଜୀବନ, ୧୧ ଜଣ ଆହତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ସାମାନ୍ୟ ଅସାବଧାନତା ହିଁ ବଡ଼ ବଡ଼ ଦୁର୍ଘଟଣାର କାରଣ ସାଜିବା ସହିତ ଅକାଳରେ ବହୁ ନିରୀହ ଜୀବନ ଚାଲିଯାଉଛି । ଏଥିସହିତ ଦୁର୍ଘଟଣାରେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ମଧ୍ୟ ଦେଖାଯାଉଛି । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ଦୁର୍ଘଟଣାର ଖବର ହସ୍ତଗତ ହୋଇଛି ।

ସୂଚନା ମୁତାବକ, ଜମ୍ମୁ କଶ୍ମୀରରେ ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ସମୟରେ ଏକ ଗାଡ଼ି ଦୁର୍ଘଟଣାଗ୍ରସସ୍ତ ହୋଇଛି । ପୋକ୍କାଲ ଡୁଲ ପାୱାର ପ୍ରୋଜେକ୍ଟ ସାଇଟ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରି କିଶତୱାର ଜିଲ୍ଲାହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ତେବେ ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୃତକ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । ଯାନଟି ରାସ୍ତାରୁ ଖସିଯାଇ ଏକ ଗଭୀର ଘାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଯାନ ମଧ୍ୟରେ ରହିଥିବା କିଛି ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା । ଡାଙ୍ଗଦୁରୁ ବିଜୟୀ ପ୍ରକଳ୍ପ ସ୍ଥଳ ନିକଟରେ ଆଜି ସକାଳ ୮ଟା ସମୟରେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.