fbpx

ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୧୫ ।୧: ଜାମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀଙ୍କ ସହ ଜଣେ ଡିଏସପି ଗିରଫ ହେବା ଘଟଣାରେ ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର କରାଯାଇଛି । ଦେବିନ୍ଦରଙ୍କୁ ବହିଷ୍କାର କରିବାକୁ ଗୃହ ମନ୍ତ୍ରାଳୟ ଦାବି କରିଥିବା ବେଳେ ଜାମ୍ମୁ-କାଶ୍ମୀର ପୋଲିସ ଆଜି ତାହାକୁ ମଞ୍ଜୁରୀ ଦେଇଛି । ଜଣାପଡିଛି ଯେ, ଦେବିନ୍ଦର ନିଜ ଘରେ ଏହି ଆତଙ୍କବାଦୀଙ୍କୁ ରଖି ଦେଖାଶୁଣା କରୁଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ଚଢ଼ାଉ କରି ସେଠାରୁ ଗୋଟିଏ ଏକେ-୪୭ ରାଇଫଲ ଓ ୨ଟି ବନ୍ଧୁକ ଜବତ କରିଥିଲା । ଏନେଇ ଗତ ୧୩ ତାରିଖରେ ପୋଲିସ ଅଧିକାରୀମାନେ ସୂଚନା ଦେଇଥିଲେ । ଦେବିନ୍ଦରଙ୍କୁ ଗିରଫ କରାଯିବା ସମୟରେ ସେ ଆତଙ୍କବାଦୀମାନଙ୍କୁ ନେଇ ଚଣ୍ଡୀଗଡ ଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.