fbpx

(Video) ୧୦ ବର୍ଷ ପରେ ଏଥର ଭୋଟ୍ ଦେବ ଜମ୍ମୁ-କାଶ୍ମୀର: କେଉଁଠି କେତେ ସିଟ୍ ପାଇଁ ହେବ ଲଢେଇ?

ନୂଆଦିଲ୍ଲୀ: ଚଳିତବର୍ଷ ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ ବିଦାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ପ୍ରେସମିଟ୍ ଜରିଆରେ ମତଦାନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍ । ଜମ୍ମୁ-କାଶ୍ମୀରରେ ଏଥର ୩ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯିବ । ତେବେ ଅକ୍ଟୋବର ୪ ତାରିଖରେ ଭୋଟଗଣତି କରାଯିବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି । ତେବେ ଦୀର୍ଘ ୧୦ ବର୍ଷ ପରେ ଏଥର ମତଦାନ କରିବାକୁ ଯାଉଛି ଜମ୍ମୁ-କାଶ୍ମୀର । ୧୦ ବର୍ଷ ପରେ ଏଠାରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଭୋଟରଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ବିଧାନ ସଭା ସିଟ୍ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଏଥିରୁ ଜମ୍ମୁରେ ୪୩ଟି ସିଟ୍ ପାଇଁ ମତଦାନ ହେବ ଏବଂ କାଶ୍ମୀରର ୪୭ଟି ସିଟ୍ ପାଇଁ ଭୋଟ୍ ଦେବେ ଜନତା । ଅନ୍ୟପକ୍ଷରେ ପିଓକେରେ ନିର୍ବାଚନ ନ ହେଲେ ମଧ୍ୟ ଏଥିପାଇଁ ମଧ୍ୟ ୨୪ଟି ସିଟ୍ ରିଜର୍ଭ ରଖାଯାଇଛି । ଏଥିପାଇଁ ୨୦, ୨୬୯ ପୋଲିଂ ଷ୍ଟେସନ୍ ପ୍ରସ୍ତୁତ କରାଯିବ । ସେପଟେ ହରିୟାଣାରେ ମଧ୍ୟ ୧୫୦ରୁ ଅଧିକ ମଡେଲ ପୋଲିଂ ପ୍ରସ୍ତୁତ ହେବା ନେଇ ନିର୍ବାଚନ କମିଶନ୍ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି । ତେବେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୪ ତାରିଖରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନର ଭୋଟ ଗଣତି କରାଯିବା ନେଇ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ୍ । ଏହାବ୍ୟତୀତ ହରିୟାଣାରେ ମଧ୍ୟ ଅକ୍ଟୋବର ୧ ତାରିଖ ଦିନ ମତଗ୍ରହଣ କରାଯିବ ଏବଂ ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯିବ । ଏଥିପାଇଁ ମୋଟ ୧୧ ହଜାର ୮୩୮ ପୋଲିସ ବୁଥର ବ୍ୟବସ୍ଥା କରାଯାଇଛି । ଏଥି ସହିତ ୩୬୦ ମେଡଲ ପୁଲିଂ ବୁଥ୍ ବ୍ୟବସ୍ଥାରେ ଉଭୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ୍ ଏହି ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ବାସୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ବେଶ୍ ଉତ୍କଣ୍ଠା ଦେଖାଦେଇଛି । ଲେକସଭା ନିର୍ବାଚନ ସରିବା ପରେ ଦେଶର ରାଜନୈତିକ ମାହୋଲରେ ପରିବର୍ତ୍ତନ ଆସିଛି । ସୂଚନା ଅନୁସାରେ, ହରିୟାଣାରେ ଏଥର ନିର୍ବାଚନରେ ମୋଟ ୨୨ ଜିଲ୍ଲାରେ ୯୦ଟି ସିଟ୍ ରେ ନିର୍ବାଚନ ହେବ । ଏଥର ନିର୍ବାଚନରେ ମୋଟ ୨ କୋଟି ୧୦ ଲକ୍ଷ ଭୋଟର ମତଦାନ କରିବେ । ତେବେ ଚଳିତ ନିର୍ବାଚନରେ ଅଧିକ ଭୋଟିଂ ହେବାର ଆଶା କରାଯାଉଛି ।

Get real time updates directly on you device, subscribe now.