fbpx

ଜାହ୍ନବୀଙ୍କ ସହ ନଜର ଆସିଲେ ମିଷ୍ଟ୍ରିମ୍ୟାନ, ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ

ମୁମ୍ବାଇ: ଜାହ୍ନବୀ କପୁର ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ଜାହ୍ନବୀ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ‘ଧଡ଼କ’ରେ ଡେବ୍ୟୁ କରିବା ପରେ ସେ ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଜାହ୍ନବୀ ଅଧିକାଂଶ ସମୟରେ ନିଜ ଲୁକ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କୁ ସବୁବେଳେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଦେଖାଯାଏ । ଜିମ୍‌ ଲୁକ୍‌ ହେଉ ବା କାଜୁଆଲ ଲୁକ୍‌ ସବୁଥିରେ ଲୋକଙ୍କ ମନ କିଣିନିଅନ୍ତି ଜାହ୍ନବୀ । ସେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଇନଷ୍ଟାଗ୍ରାମ୍‌ରେ ପ୍ରାୟତଃ ଫଟୋ ଓ ଭିଡିଓ ସେୟାର କରୁଥିବାର ନଜର ଆସନ୍ତି । ହେଲେ ବର୍ତ୍ତମାନ ଜାହ୍ନବୀଙ୍କର ଏକ ଫଟୋ ଭାଇରାଲ୍‌ ହୋଇଛି । ତାହା ପୁଣି ସେହି ମିଷ୍ଟ୍ରିମ୍ୟାନ୍‌ ସହ ନଜର ଆସିଛନ୍ତି ।

ନିକଟରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ସମ୍ପର୍କୀୟ ଭଉଣୀ ସନାୟା କପୁର ଏବଂ କିଛି ସାଙ୍ଗଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଫଟୋରେ ଜାହ୍ନବୀ ତାଙ୍କ ସାଙ୍ଗ ସହିତ ପାର୍ଟିରେ ଖୁବ୍‌ ମସ୍ତି କରୁଥିବା ବେଳେ ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ । ଏହା ସହ ସନାୟା କଳା ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି । ଏହାରି ମଧ୍ୟରେ ତାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ଜଣଙ୍କ ମଧ୍ୟ ନଜର ଆସିଥିଲେ । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସେ ରହସ୍ୟମୟୀ ବ୍ୟକ୍ତି ଜଣକ କିଏ ।

ଯାହା ସହ ପ୍ରାୟତଃ ସମୟ ଜାହ୍ନବୀଙ୍କୁ ସେହି ମିଷ୍ଟ୍ରିମ୍ୟାନ୍‌ ସହ ସବୁ ସ୍ଥାନରେ ସ୍ପଷ୍ଟ କରାଯାଉଛି । ଯିଏକି ପୂର୍ବରୁ ଡିନରରେ ବା ଏୟାରପୋର୍ଟରେ ନଜର ଆସିଥିବା ବେଳେ ଏବେ ମୁମ୍ବାଇର ଏକ ଡ୍ୟାନ୍ସ ପାର୍ଟିରେ ମଧ୍ୟ ନଜର ଆସିଥିଲେ । ବର୍ତ୍ତମାନ ଏହି ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଫଟୋକୁ ଦେଖି ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି । କାମ କଥା କହିବାକୁ ଗଲେ ଜାହ୍ନବୀଙ୍କର ହାତରେ ଅନେକ ପ୍ରୋଜେକ୍ଟ ଅଛି । ଆଗାମୀ ଫିଲ୍ମ ମିଷ୍ଟର ଆଣ୍ଡ ମିସେସ୍‌ ମାହିରେ ନଜର ଆସିବେ ।

Get real time updates directly on you device, subscribe now.