fbpx

ଲକ୍ଷ୍ନୌର ଅଧା ସହରରେ ଏବେ ଚାଲି ପାରିବନି ଇ-ରିକ୍ସା ବ୍ୟବସ୍ଥା: ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ଏବେ ଇ-ରିକ୍ସା ସୁବିଧାରେ ଲାଗିଛି ରୋକ । ଅନେକ ଅଞ୍ଚଳରେ ଏବେ ସାଧାରଣ ଲୋକେ ଏହାର ଲାଭ ଉଠାଇ ପାରିବେନି । ସହରରେ ଯାତାୟତ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଛନ୍ତି ପୋଲିସ ଆୟୁକ୍ତ ଡି.କେ ଠାକୁର । ନିର୍ଦ୍ଦେଶ ଅନୁଯାୟୀ, ସହରର ମୋଟ ୧୦ଟି ରାସ୍ତାରେ ଏବେ ଇ-ରିକ୍ସା ଚଳାଚଳ ଉପରେ ରୋକ ଲାଗିବାକୁ ଯାଉଛି । ଏହାସହ ଏହି ସବୁ ଯାନର ପାର୍କିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ନିର୍ଦ୍ଦେଶ ଅନୁସାରେ ପ୍ରାୟ ୨୦ଟି ରାସ୍ତାରେ ଇ-ରିକ୍ସା ଚାଳନା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ହଜରତଗଞ୍ଜ, ହୁସୈନଗଞ୍ଜ, କେସରବାଗ, ଗୌତମପଲ୍ଲୀ, ଗାଜୀପୁର, ସରୋଜିନୀନଗର, କୃଷ୍ଣାନଗର, ଆଲମବାଗ,ମାନକ ନଗର ଇଥ୍ୟାଦିରେ ଏହି କଟକଣା ଲାଗୁ କରାଯାଇଛି । ସେହିପରି ସୁଶାନ୍ତ ଗୋଲ୍ଫ ସିଟି, କେଣ୍ଟ, ଗୋମତିନଗର ସମେତ ବିଭୁତିଖଣ୍ଡ, ପିଜିଆଇ, ଗୋସାଇଗଞ୍ଜ ରାସ୍ତାରେ ଆଉ ଗଡିବନି ଇ-ରିକ୍ସା । ଏସବୁ ବ୍ୟତୀତ ଆଶିୟାନା, ମହାନଗର, ନାକା, ଇନ୍ଦିରାନଗରର କିଛି ରୀାସ୍ତା ଉପରେ ଇ-ରିକ୍ସା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।

ସୂଚନା ଅନୁସାରେ, ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୧୫, ଉତ୍ତର ପ୍ରଦେଶ ନିୟମାବଳୀ ୧୯୯୮ର ନିୟମ ୧୭୮ ର ବ୍ୟବହାର କରିଛନ୍ତି ସରକାର । ସହରରେ ବାୟୁ ପ୍ରଦୂଷଣ, ଯାତାୟତ ଜାମ, ଲୋକମାନଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧାଗୁଡିକୁ ନଜରରେ ରଖି ଇ-ରିକ୍ସା ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଆୟୁକ୍ତ ।

Get real time updates directly on you device, subscribe now.