fbpx

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପରେ ବିଚାର ବିମର୍ଶ

ନୂଆଦିଲ୍ଲୀ:ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ପରବର୍ତ୍ତୀ ଟି-୨୦ କ୍ରିକେଟ ବିଶ୍ୱକପ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା । ତେଣୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିଶ୍ୱକପରେ ଅଷ୍ଟ୍ରେଲିଆ ପୁଣି ଚାମ୍ପିଅନ ହେବା ଲକ୍ଷ୍ୟ ରଖିଛି । ତେବେ ଏହି ବିଶ୍ୱକପ ପାଇଁ ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱକପ ପୂର୍ବରୁ ସବୁଦଳ ଏକାଧିକ ଦ୍ୱିପାକ୍ଷିକ ଟି-୨୦ ସିରିଜ ଖେଳିବା ପାଇଁ ଥିବାରୁ ସମୟ କ୍ରମେ ଚୂଡାନ୍ତ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିବେ । ତେଣୁ ଚଳିତ ଆଇପିଏଲ ଉପରେ ମଧ୍ୟ ସବୁ ଦଳର ନଜର ରହିଛି । କାରଣ ସମସ୍ତ ଦେଶର ପ୍ରମୁଖ ଖେଳାଳି ମାନେ ଆଇପିଏଲରେ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି ।

ତେବେ ଚଳିତ ଆଇପିଏଲରେ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ବିସିସିଆଇ ଚୟନକର୍ତ୍ତା ମାନେ ନଜର ରଖିଛନ୍ତି । ମାତ୍ର କେବଳ ଆଇପିଏଲ ଫଳାଫଳକୁ ନେଇ ଦଳ ଗଠନ ହୋଇ ପାରିବ ନାହିଁ । ତେଣୁ ଆଇପିଏଳ ପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳାଳିଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେହିପରି ବିଶ୍ୱକପ ପୂର୍ବରୁ ଭୋତୀୟ ଦଳ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ତଥାପି ଆଇପିଏଲ ପ୍ରଦର୍ଶନକୁ ନେଇ ଚୟନକର୍ତ୍ତା ମାନେ ଆଗୁଆ ଆକଳନ ଆରମ୍ଭ କରିଛନ୍ତି ।

ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇପିଏଲରେ ବିଫଳ ହୋଇ ଚାଲିଥିବା ବେଳେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ବିଶ୍ରାମ ଦେବା ପାଇଁ ବିଚାର ବିମର୍ଶ ଚାଲିଛି । ସେହିପରି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏହି ସିରିଜ ଖେଳି ନ ପାରନ୍ତି । ଅନ୍ୟତମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ମଧ୍ୟ ବିଶେଷ ନଜର ରଖିଛନ୍ତି ଖେଳାଳି ମନୋନୟନକାରୀ । କାରଣ ସେ ଗତ ଆହତ କାରଣ ନେଇ ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ବୋଲିଂ କରି ପାରି ନ ଥିବା ବେଳେ ବ୍ୟାଟିଂରେ ମଧ୍ୟ ବିଶେଷ ସଫଳ ହୋଇ ପାରି ନ ଥିଲେ । ତେଣୁ ପରବର୍ତ୍ତୀ ସମୟରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନ ଥିଲା । ମାତ୍ର ଚଳିତ ଆଇପିଏଲରେ ସେ ନୂଆ ଫ୍ରାଞ୍ଚାଇଜ ଗୁଜାଟେ ଟାଇଟନ୍ସ ଫ୍ରାଞ୍ଚାଇଜର ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ସହିତ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଚାଲିଛନ୍ତି । ଏପରିକି ସେ ସବୁଠାରୁ ସଫଳ ଅଧିନାୟକ ସାବ୍ୟସ୍ତ ହୋଇ ଥିବା ବେଳେ ଦଳକୁ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚାଇବା ସହିତ ପ୍ରଥମ ଦଳ ଭାବେ ପ୍ଳେଅଫ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି ।

ସେ ମଧ୍ୟ ୧୧ ମ୍ୟାଚ ଖେଳି ୩ ଅର୍ଦ୍ଧଶତକ ସହିତ ୩୪୪ ରନ ସଂଗ୍ରହ କରିଛନ୍ତି । ଗତ ବର୍ଷ ସେ ମଧ୍ୟମ କ୍ରମରେ ବ୍ୟାଟିଂ କରି ବିଫଳ ହେବା ପରେ ତାଙ୍କ ସ୍ଥାନରେ ଭେଙ୍କଟେଶ ଆୟାର ଓ ଦୀପକ ହୁଦାଙ୍କୁ ଚୟନକର୍ତ୍ତାମାନେ ପରୀକ୍ଷା କରିଥିଲେ ହେଁ ସେ ଆଶନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ଥିଲେ । ତେଣୁ ଏହି ପଦବୀରେ କିଏ ଖେଳିବେ ,ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନାହିଁ । ତେବେ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୱିକେଟ କି ର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଓ ରାହୁଲ ତେୱତିଆଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ପୂର୍ବତନ ବିସିସିଆଇ ଚୟନକମିଟି ମୁଖ୍ୟ ଏମଏସକେ ପ୍ରସାଦ । ତେବେ ଏହି ଦୁଇ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଚୟନକର୍ତ୍ତା ପରୀକ୍ଷା କରିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.