fbpx

ଜାପାନରେ ଭୂକମ୍ପ ଯୋଗୁଁ ପୁଣି ଥରିଉଠିଲା ପୃଥିବୀ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଟୋକିଓ: ସୋମବାର ସକାଳେ ଜାପାନର ପଶ୍ଚିମ ଓଗାସାୱାରା ଦ୍ୱୀପପୁଞ୍ଜରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ପାଣିପାଗ ଏଜେନ୍ସି ଏହି ସୂଚନା ଦେଇଛି । ଜାପାନ ମେଟେରୋଲୋଜିକାଲ ଏଜେନ୍ସି (ଜେଏମଏ) ର ସୂତ୍ରରୁ ପ୍ରକାଶ କି, ଏହି ଭୂକମ୍ପ ସ୍ଥାନୀୟ ସମୟ ପୂର୍ବାହ୍ନ ୫ ଟା ସମୟରେ ଓଗାସାୱାରା ଗ୍ରାମରେ ଘଟିଛି ଓ ଜାପାନର ଭୂକମ୍ପ ପ୍ରବଣତା ସ୍କେଲ ୭ ଅନୁସାରେ ୩ ମପାଯାଇଛି ।

ଏହି ଭୂକମ୍ପର କେନ୍ଦ୍ର ପଶ୍ଚିମ ଓଗାସାୱାରା ଦ୍ୱୀପପୁଞ୍ଜଠାରୁ ୫୩୦ କିଲୋମିଟର ଗଭୀରତାରେ ୨୭.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୩୯.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଭୂକମ୍ପରୁ ସୁନାମି ବିପଦ ନ ଥିବାରୁ କ୍ଷତବିକ୍ଷତ କିମ୍ବା କ୍ଷୟକ୍ଷତିର ତୁରନ୍ତ ଖବର ଆସିନାହିଁ ।

Get real time updates directly on you device, subscribe now.