fbpx

ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ

ନୂଆଦିଲ୍ଲୀ: ଦୁନିଆଟା ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ବୈଚ୍ୟତ୍ରତାରେ ଭରପୁର ହେଉଛି ଏ ଦୁନିଆ । ଏଠାରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି, ଯେଉଁଠାକୁ ଯିବା କୌଣସି ଭୟଙ୍କର ବିପଦ ଠାରୁ କମ୍ ନୁହେଁ । ସେହିଭଳି ଏକ ସ୍ଥାନ ରହିଛି ଜାପାନରେ । ଏଠାରେ ଏକ ଲପରି ଜଙ୍ଗଲ ରହିଛି ଯାହା ସୁଇସାଇଡ୍ ଜଙ୍ଗଲ ଭାବେ ଜଣାଶୁଣା । ଏଠାରେ ଅନେକ ସଂଖ୍ୟାରେ ଲୋକେ ଆତ୍ମହତ୍ୟା କରିଥିବା ଜଣାଯାଏ । ଏହାର ଆଖପାଖରେ ରହୁଥିବା ଲୋକଙ୍କ କହିବା କଥା ଯେ, ଏହି ଜଙ୍ଗଲରେ କୌଣସି ନକାରାତ୍ମକ ଶକ୍ତି ବା ଭୂତପ୍ରେତ ରହିଛନ୍ତି ।

ତେବେ ଆପଣ ଯଦି ଏଠାକୁ ଯାଆନ୍ତି ତେବେ ବିଭିନ୍ନ ପ୍ରକାର ମୋଟିଭେସନାଲ୍ ସାଇନ୍ ବୋର୍ଡ ଦେଖିବାକୁ ପାଇବେ । ଯେପରିକି; ନିଜର ପରିବାର ଓ ପିଲାମାନଙ୍କ ବିଷୟରେ ଚିନ୍ତା କରନ୍ତୁ, ଆପଣଙ୍କ ଜୀବନ ବାପା-ମାଆଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ଉପହାର ଇତ୍ୟାଦି । ଜାପାନରୁ ଟୋକିଓରୁ ଦୁଇଘଣ୍ଟା ଦୂରରେ ସ୍ଥିତ ଜଙ୍ଗଲ ମାଉଣ୍ଟ ଫୁଜିରୁ ଉତ୍ତର-ପଶ୍ଚିମ ପଟରେ ଅବସ୍ଥିତ । ଜଙ୍ଗଲର କ୍ଷେତ୍ରଫଳ ପ୍ରାୟ ୩୫ ବର୍ଗ କିଲୋମିଟର୍ । ଏଠାରେ ଏତେ ଗଛ ରହିଛି ଯେ, ଆପଣ ଦୂର କୁ କିଛି ବି ଦେଖିପାରିବେ ନାହିଁ । ତେଣୁ ଏହି ଜଙ୍ଗଲକୁ ଗଛର ସବୁଦ୍ର ବୋଲି କୁହାଯାଏ ।

ଘନ ଗଛ କାରଣରୁ ଏଠାରେ ହଜିଯିବାର ଆଶଙ୍କା ଖୁବ୍ ଅଧିକ ରହିଛି । ଏଠାରୁ ବାଟ ଖୋଜି ବାହାରକୁ ଯିବା ବହୁତ୍ ମୁସ୍କିଲ୍ । ତେଣୁ ଏହି ଜଙ୍ଗଲକୁ ଆସିବା ପାଇଁ ଲୋକଙ୍କୁ ବାରଣ କରାଯାଏ । ପୌରାଣିକ କଥାକୁ ଯଂଦି ବିଶ୍ୱାସ କରିବା ତେବେ କୁହାଯାଏ ଯେ, ଜଙ୍ଗଲରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ଏଠାରେ ଘୂରି ବୁଲେ । ରିପୋର୍ଟ ମୁତାବକ, ୨୦୦୩ରେ ଏଠାରୁ ୧୦୫ଟି ଶବ ଜବତ କରାଯାଇଥିଲା । ଏମାନେ ସେଠାକୁ ଯାଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା ।

ଖାଲି ସେତିକି ନୂହେଁ କୁହାଯାଏ ଯେ, ଜଙ୍ଗଲ ଖୁବ୍ ଘନ ଥିବା କାରଣରୁ ଏଠାକୁ ଆସୁଥିବା ଲୋକମାନେ ବାଟ ଭୁଲି ଯାଆନ୍ତି ଓ ନିଜେ ନିଜର ଜୀବନ ନେଇଯାଆନ୍ତି । ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ କୌଣସି ଇଲେକ୍ଟ୍ରିକ୍ ଉପକରଣ କାମ କରେ ନାହିଁ । ଏହାର କାରଣ ହେଉଛି ଜ୍ୱାଳାମୁଖୀ ବାହାରୁଥିବା କାରଣରୁ ଏଠାରେ ଆଇରନ୍ ଅଧିକ ମାତ୍ରାରେ ରହିଛି । ତେଣୁ ମାଗ୍ନେଟିକ୍ ଆଇରନ୍ ଥିବା ଯୋଗୁଁ କମ୍ପାସ ର କଣ୍ଟା ସ୍ଥିର ରୁହେ ନାହିଁ । ସବୁବେଳେ ମୁଭ୍ କରୁଥାଏ । ତେଣୁ ଯେକେହି ବି ଖୁବ୍ ସହଜରେ ଏଠାରେ ରାସ୍ତା ଭୁଲି ଯାଆନ୍ତି । ଏଠାରେ ଥିବା ଗଛ ଗୁଡ଼ିକ ପ୍ରାୟ ୩୦୦ ବର୍ଷ ପୁରୁଣା ।

Get real time updates directly on you device, subscribe now.