fbpx

ପୁଣି ଭୂକମ୍ପରେ ଥରି ଉଠିଲା ଜାପାନ: ଏଥର କେତେ ଥିଲା ତୀବ୍ରତା?

ନୂଆଦିଲ୍ଲୀ: ଭୟାନକ ଭୂକମ୍ପର ପରିଣାମରୁ ଏପର୍ଯ୍ୟନ୍ତ ବାହାରି ପାରିନାହିଁ ଜାପାନ । ଏହାଭିତରେ ଆଉ ଏକ ଭୂକମ୍ପ ସାରା ଦେଶକୁ ପୁଣିଥରେ ଭୟଭୀତ କରାଇ ଦେଇଛି । ପୁଣିଥରେ ଏକ ଭୂକମ୍ପର ଝଟକାରେ ଥରି ଉଠିଛି ସମଗ୍ର ଜାପାନ ସହର । ରବିବାର ଜାପାନର ହୋଂଶୁର ପଶ୍ଚିମ କୂଳ ନିକଟରେ ଭୂକମ୍ପର ଏହି ଝଟକା ଦେଖିବାକୁ ମିଳିଛି । ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ଚେହେରା ଆକଳନ କରାଯାଇଛି ।

ଜାପାନରେ ହୋଇଥିା ଏହି ମୂକମ୍ପର ତୀବ୍ରତା ପ୍ରାୟ ୫.୧ ରହିବ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି କ୍ଷୟକ୍ଷତି ରେକର୍ଡ କରାଯାଇ ନାହିଁ । ଲଗାତାର ଜାପାନରେ ଭୂମିକମ୍ପ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରିପୋର୍ଟ ଅନୁସାରେ ଜାପାନର ନୋଟୋ ପ୍ରାୟଦ୍ୱୀପରେ ମଧ୍ୟ ଶନିବାର ଏକ ଭୂକମ୍ପ ଘଟିଯାଇଥିଲା । ତେବେ ଶନିବାର ରାତି ୧୧.୨୦ ସମୟରେ ଭୂମିକମ୍ପରେ ଥରି ଉଠିଥିଲା ସାରା ଜାପାନ ସହର ।

ଜାନୁଆରୀ ୧ ତାରିଖରେ ଦେଶକୁ ଆସିଥିବା ବିପଜ୍ଜନକ ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଥିସହ ଆଗାମୀ ଦିନରେ ଅନେକ ଭୂକମ୍ପ ଅନୁଭୂତ ହେବ ଏବଂ ପୁନର୍ବାର କିଛି ଭୟଙ୍କର ଭୂକମ୍ପ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସୂଚନା ଅନୁସାରେ, ନୂଆବର୍ଷ (ଜାନୁୟାରୀ ୧) ତାରିଖରେ ୭.୬ର ଏକ ଭୟଙ୍କର ଭୂକମ୍ପକୁ ସାମନା କରିଥିଲା ଜାପାନ । ଫଳରେ ବିଭିନ୍ନ ସ୍ଥାନରେ ସୁନାମୀ ସାଙ୍ଗକୁ ଭଗ୍ନାବଶେଷ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.