fbpx
BJD SKY
BJD SKY

ଜାପାନୀ ପତାକାକୁ ନେଇ ତେଜିଲା ବିବାଦ, ଚୀନ୍‌ ଓ କୋରିଆ କଲେ ପ୍ରତିବାଦ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଜାପାନର ଜାତୀୟ ପତାକାକୁ ନେଇ ସୃଷ୍ଟି ହୋଇଛି ଝଡ଼।   ଜାପାନ ପ୍ରସ୍ତୁତ ପତାକାକୁ ଚୀନ୍‌ ସମେତ କେତେକ ଏସୀୟ ଦେଶ ବିରୋଧ କରିଛନ୍ତି। ଉଦୟକାଳୀନ ସୂର୍ଯ୍ୟଙ୍କୁ ଜାପାନ ନିଜ ପତାକାରେ ସ୍ଥାନ ଦେଇଥିବାବେଳେ  ଚୀନ, କୋରିଆ ସମେତ କେତେକ ଦେଶ ଯୁଦ୍ଧକାଳରେ ଜାପାନୀ ଅତ୍ୟାଚାରକୁ ଏହା ମନେ ପକାଉଛି ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଏହାକୁ ହଟାଇବା ପାଇଁ ମଧ୍ୟ ଦାବି ଉଠିଛି।

ସୂଚନା ଅନୁସାରେ ପତାକା ସମ୍ପର୍କରେ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏସନ (ଆଇଓସି)ଙ୍କୁ କୋରିଆ ଅବଗତ କରିଥିଲା। ଅଲିମ୍ପିକ୍‌ ସମୟରେ ଜାପାନ ତା’ର ପାରମ୍ପରିକ ଜାତୀୟ ପତାକା ବ୍ୟବହାର ନକରିବାକୁ ନିବେଦନ କରିଥିଲା ଦକ୍ଷିଣ କୋରିଆ। ଏସୀୟ ଦେଶମାନେ ଯୁଦ୍ଧକାଳରେ ଜାପାନ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଏବଂ ସେମାନେ ଏହି ପତାକାକୁ ଦେଖି ଆତଙ୍କିତ ହୋଇପଡୁଥିଲେ। ନାଜିଙ୍କ ପତାକା ଲୋକଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧକାଳର ଭୟାବହତା ସ୍ମରଣା କରାଉଥିବାରୁ ଏହାକୁ ଉପଯୋଗ ନକରିବା ପାଇଁ ଆଇଓସି ନିକଟରେ ୨୦୧୯ରେ ଦକ୍ଷିଣ କୋରିଆ ନିବେଦନ କରିଥିଲା। କିନ୍ତୁ ଏବେ ଜାପାନ ନିଜ ଜାତୀୟ ପତାକା ହିଁ ଉପଯୋଗ କରିଛି। ଫଳରେ ବିବାଦ ଘନେଇବାରେ ଲାଗିଛି।

ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକରେ ଜାପାନର ପୁରୁଣା ଜାତୀୟ ପତାକା କେଉଁଠି ହେଲେ ଲାଗିବନି ବୋଲି ଆଇଓସି ଦକ୍ଷିଣ କୋରିଆକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନି। ଷ୍ଟାଡିଅମ ଓ ବାହାରେ ଏହି ପୁରୁଣା ଜାତୀୟ ପତାକା ନିଷିଦ୍ଧ ହୋଇନି।

Get real time updates directly on you device, subscribe now.