fbpx

ମୃତ ସାମ୍ବାଦିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଜାରି ରହିଛି , ଫଳରେ ଅନେକ କରୋନା ଯୋଦ୍ଧା ଜୀବନ ହାରୁଛନ୍ତି । ଏହାରି ମଧ୍ୟରେ କୋଭିଡ଼ରେ ମୃତ୍ୟୁବରରଣ କରିଥିବା ସାମ୍ବାଦିକଙ୍କ ପରିବାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇଦିଆଯିବ ।

ତେବେ ମୃତ ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଗଞ୍ଜାମରୁ ୭ ଜଣ ଥିବା ବେଳେ ଭୁବନେଶ୍ୱରରୁ ୪, ବଲାଙ୍ଗିରରୁ ୩, କଳାହାଣ୍ଡିରୁ ଜଣେ ଓ ଯାଜପୁର ଜିଲ୍ଲାରୁ ୨ ଜଣ ରହିଛନ୍ତି । ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.