fbpx

IPL-2023, ଗୁଜୁରାଟ ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମରାହଙ୍କ ଏଣ୍ଟ୍ରି: ୟର୍କର କିଙ୍ଗଙ୍କୁ ଦେଖି ଏମିତି କହିଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏକ କଡା ମୁକାବିଲା ଦେଖିବାକୁ ମିଳିଛି । ତେବେ ମ୍ୟାଚ ମଝିରେ ଏକ ବଡ ମୁମ୍ବାଇ କ୍ୟାମ୍ପରେ ଏବଂ ଦର୍ଶକଙ୍କ ମଧ୍ୟରେ ହଠାତ ଏକ ଖୁସିର ଲହର ଖେଳିଯାଇଛି । ମୁମ୍ବାଇ ପଲଟନର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଏହି ମ୍ୟାଚରେ ଷ୍ଟାଡିୟମକୁ କମବ୍ୟାକ କରିଛନ୍ତି ।

ତେବେ ଗୁଜୁରାଟ ବିପକ୍ଷ ଏହି ମ୍ୟାଚକୁ ଦେଖିବା ସହ ନିଜ ଦଳ ମୁମ୍ବାଇକୁ ସମର୍ଥନ କରିବା ପାଇଁ ଏହି ମ୍ୟାଚରେ ପହଞ୍ଚିଛନ୍ତି ୟର୍କର କିଙ୍ଗ । ଷ୍ଟାଡିୟମରେ ଜଣେ ଦର୍ଶକ ଭାବରେ ରହି ସାଥୀ ଖେଳାଳିମାନଙ୍କ ଉତ୍ସାହ ବଢାଇବାକୁ ଉପସ୍ଥିତ ହୋଇଛନ୍ତି ବୁମରାହ । ତେବେ ଷ୍ଟାଣ୍ଡରୁ ବୁମରାହଙ୍କର ଏକ ଫଟୋ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଥିରେ କ୍ୟାପ୍ସନରେ ଲେଖାଯାଇଛି, ‘ବୁମ୍-ବୁମ୍ ବୁମରାହ….ୱାନ ଫ୍ୟାମିଲି । ” ମୁମ୍ବାଇର ଏହି ଟ୍ୱିଟ ପରେ ପ୍ରଶଂସକ ଖୁବ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଅଧିକାଂଶ ଲୋକ ବୁମରାହଙ୍କୁ ପୁଣିଥରେ ପଡିଆରେ ଦେଖିବା ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଉଛି । ତେଣୁ ସେ ଖୁବଶୀଘ୍ର ସୁସ୍ଥ ହୋଇ ମଇଦାନକୁ କମବ୍ୟାକ କରିବା ପାଇଁ ଆଶା ରଖିଛନ୍ତି ଦର୍ଶକ ।

ସୂଚନା ଥାଉ କି, ପିଠି ଯନ୍ତ୍ରଣା ଯୋଗୁଁ ସେ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାଦ୍ ପଡିଛନ୍ତି । ଯାହା ଫଳରେ ଗତବର୍ଷର ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଖେଳି ପାରି ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରି ନଥିବାରୁ ଆଇପିଏଲ-୨୦୨୩ରୁ ମଧ୍ୟ ସେ ବାଦ୍ ପଡିଛନ୍ତି । ଏହାବ୍ୟତୀତ ଆସନ୍ତା ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ସ୍କ୍ୱାର୍ଡରେ ମଧ୍ୟ ତାଙ୍କ ନାମ ସାମିଲ କରାଯାଇନାହିଁ । ତେବେ ଦିନିକିଆ ବିଶ୍ୱକପ ପୂର୍ବରୁ ସେ ସୁସ୍ଥ ହୋଇ ଦଳକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.