ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିବେନି ଜସପ୍ରିତ ବୁମରାହ!
ଆଗାମୀ ଟେଷ୍ଟ ମ୍ୟାଚରେ ନଜର ଆସିବେନି ଦ୍ରୁତ ବୋଲର ଜସପ୍ରିତ ବୁମରାହ।
ନୂଆଦିଲ୍ଲୀ: ଇଣ୍ଡିଆ ଟିମକୁ ବଡ଼ ଝଟକା। ଇଂଲଣ୍ଡ ବିପକ୍ଷ ଆଗାମୀ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିନପାରନ୍ତି ଦ୍ରୁତ ବୋଲର ଜସପ୍ରିତ ବୁମରାହ। ଯାହାକି ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମାଞ୍ଚେଷ୍ଟରରେ ଟିମ୍ ଇଣ୍ଡିଆ ଚତୁର୍ଥ ଟେଷ୍ଟ ମ୍ୟାଚକୁ ଡ୍ର କରିବା ପରେ, ସିରିଜକୁ ଜିତିବା ପାଇଁ ଶୁଭମନ ଗିଲଙ୍କ ଟିମ୍ ପାଇଁ ପଞ୍ଚମ ଟେଷ୍ଟ ମ୍ୟାଚ୍ ବୋହୁତ ଗୁରୁତ୍ୱପୂର୍ଣ୍ଣ।
ପଞ୍ଚମ ଟେଷ୍ଟ ମ୍ୟାଚ୍: ଯଦି ଦେଖିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଜୁଲାଇ ୩୧ରୁ ଓଭାଲରେ ଆରମ୍ଭ ହେବାକୁ ଯାଉଛି। ହେଲେ ଭାରତୀୟ ଦଳ ପାଇଁ ଏହା ଏକ ଚିନ୍ତାର ବିଷୟ।
କାରଣ ଏହି ପଞ୍ଚମ ଟେଷ୍ଟ ମ୍ୟାଚ୍ ଜସପ୍ରିତ ବୁମରାହ ଖେଳିବା ପ୍ରାୟ ଅସମ୍ଭବ। ଯଦିଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମସ୍ତ ଦ୍ରୁତ ବୋଲରଙ୍କୁ ଫିଟ୍ ଘୋଷଣା କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ବୁମରାହଙ୍କ ପାଇଁ ଖେଳିବା କଷ୍ଟକର। ତେବେ ଆସନ୍ତୁ ଜାଣିବା ଏହାର କାରଣ।
ମାଞ୍ଚେଷ୍ଟର ଟେଷ୍ଟ ବୁମରାହଙ୍କ ପାଇଁ ଅଧିକ କଷ୍ଟକର: ମାଞ୍ଚେଷ୍ଟର ଟେଷ୍ଟ ଜସପ୍ରିତ ବୁମରାହଙ୍କ ପାଇଁ ବହୁତ କଷ୍ଟକର ଥିଲା। ଏହି ଦ୍ରୁତ ବୋଲର ଏହି ମ୍ୟାଚରେ ମୋଟ ୩୩ ଓଭର ବୋଲିଂ କରିଥିଲେ।
ଏହା ବ୍ୟତୀତ ବୁମରାହ ଦୁଇ ଦିନ ପାଇଁ ଫିଲ୍ଡିଂ ମଧ୍ୟ କରିଥିଲେ। ଏହା ସହିତ ଚତୁର୍ଥ ମ୍ୟାଚ୍ ମୋଟ ପାଞ୍ଚ ଦିନ ଚାଲିଥିଲା ଏବଂ ବର୍ତ୍ତମାନ ପରବର୍ତ୍ତୀ ଟେଷ୍ଟ ମ୍ୟାଚ୍ ୩ ଦିନ ପରେ ଅର୍ଥାତ୍ ୩୧ ଜୁଲାଇରେ ଆରମ୍ଭ ହେଉଛି।
ଅର୍ଥାତ୍ ବିଶ୍ରାମ ନେବାର କୌଣସି ସୁଯୋଗ ନାହିଁ। ଏପରି ପରିସ୍ଥିତିରେ ଏହା ସୂଚାଉଛି ଯେ, ବୁମରାହଙ୍କୁ ଓଭାଲରେ ଦେଖିବାକୁ ମିଳିବ ନାହିଁ।
ବୁମରାହଙ୍କ ଉପରେ ଥକ୍କାପଣର ପ୍ରଭାବ: ଜସପ୍ରିତ ବୁମରାହ ବହୁତ ଥକ୍କାପଣ ଅନୁଭବ କରୁଛନ୍ତି। ବୁମରାହ ଲର୍ଡସ୍ ଟେଷ୍ଟ ସମୟରେ ମୋଟ ୪୩ ଓଭର ବୋଲିଂ କରିଥିଲେ।
ଏହା ପରେ ବୁମରାହ ପୁରା ମାଞ୍ଚେଷ୍ଟର ଟେଷ୍ଟରେ ବହୁତ କ୍ଳାନ୍ତ ଦେଖାଯାଉଥିଲେ। ବୁମରାହ ଦ୍ରିତଗାମୀ ବୋଲର ପାଇଁ ଯେଉଁ ଜଣାଶୁଣା ତାହା ଦେଖାଯାଇ ନଥିଲା।
ବୁମରାହ ମାଞ୍ଚେଷ୍ଟର ଟେଷ୍ଟରେ ୩୩ ଓଭରରେ ୧୧୨ ରନ ଦେଇଥିଲେ। ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ବୁମରାହ ୧୦୦ ରୁ ଅଧିକ ରନ ଦେଇଥିଲେ। ବଡ଼ କଥା ହେଉଛି ଯେ ସେ ପୁରା ଟେଷ୍ଟ ମ୍ୟାଚରେ ପ୍ରାୟ ୧୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଥିଲେ।
ବୁମରାହଙ୍କୁ ବଡ଼ ଆଘାତ: ମାଞ୍ଚେଷ୍ଟର ଏବଂ ଓଭାଲ ଟେଷ୍ଟ ମଧ୍ୟରେ ବହୁତ କମ୍ ବ୍ୟବଧାନ ଅଛି। ବୁମରାହ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏପରି ପରିସ୍ଥିତିରେ ଯଦି ସେ ପଞ୍ଚମ ଟେଷ୍ଟ ଖେଳନ୍ତି ତେବେ ତାଙ୍କୁ ଏକ ବଡ଼ ଆଘାତ ସାମ୍ନା କରିବାକୁ ପଡିପାରେ।
ବୁମରାହ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ସହ ସଂଘର୍ଷ କରିଛନ୍ତି। ଯଦି ସେ ତାଙ୍କ ଶରୀର ଉପରେ ଅତ୍ୟଧିକ ଚାପ ପକାନ୍ତି, ତେବେ ସେ ପୁଣି ଏକ ବଡ଼ ଆଘାତର ଶିକାର ହୋଇପାରନ୍ତି।
ଆଗାମୀ ସମୟରେ ଟିମ୍ ଇଣ୍ଡିଆକୁ ଏସିଆ କପ୍ ଖେଳିବାକୁ ପଡିବ ଯେଉଁଥିରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଏପରି ପରିସ୍ଥିତିରେ ଓଭାଲ୍ ଟେଷ୍ଟରେ ବୁମରାହଙ୍କୁ ଫିଲ୍ଡିଂ କରାଇ ବିପଦକୁ ଡାକିବାକୁ କେହି ଚାହିଁବେନି।
ଟେଷ୍ଟ ଏହିଠାରେ ଶେଷ: ଯେତେବେଳେ ଜସପ୍ରିତ ବୁମରାହ ମାଞ୍ଚେଷ୍ଟରରେ ବୋଲିଂ କରୁଥିଲେ, ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ କହିଥିଲେ ଯେ, ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିଅର ଏଠାରେ ଶେଷ ହୋଇପାରେ।
ଲୋକମାନେ କୈଫଙ୍କ କଥାକୁ ହଜମ କରିପାରି ନଥିଲେ, କିନ୍ତୁ ତାଙ୍କର ଭୟ କେଉଁଠି ନା କେଉଁଠି ସତ ବୋଲି ଲାଗୁଥିଲା। କାରଣ ବୁମରାହଙ୍କୁ ଲଗାତାର ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିବା ସ୍ପଷ୍ଟ ଭାବରେ ତାଙ୍କ କ୍ୟାରିଅରକୁ ପ୍ରଭାବିତ କରିବ।
ଏପରି ପରିସ୍ଥିତିରେ ଯଦି ବୁମରାହଙ୍କୁ ତାଙ୍କ କ୍ୟାରିଅରକୁ ଲମ୍ବା କରିବାକୁ ପଡ଼େ, ତେବେ ତାଙ୍କୁ ଓଭାଲ୍ ରେ ବିଶ୍ରାମ ଦେବାକୁ ପଡିବ।