fbpx

BCCI ସଚିବ ପଦରୁ ଇସ୍ତଫା ଦେବେ ଜୟ ଶାହ! କ’ଣ ରହିଛି ଏହାର ବଡ଼ କାରଣ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜୟ ଶାହ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜାଣିବାକୁ ମିଳିଛି । ଆଗାମୀ ଦିନରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲର ଚେୟାରମ୍ୟାନ୍ ପଦରେ ନୂଆ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଆଲୋଚନା ହେଉଛି । ସେ ଆଇସିସିର ଚେୟାରମ୍ୟାନ୍ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ସାମିଲ ହୋଇପାରନ୍ତି ଜୟ ଶାହ । ତେଣୁ ବିସିସିଆଇ ସଚିବ ପଦରୁ ଜୟ ଶାହ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବରରେ ଆଇସିସିର ଚେୟାରମ୍ୟାନ୍ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଜୟ ଶାହ ଆଇସିସିର ଅଧ୍ୟକ୍ଷ ପଦ ପାଇଁ ଏହି ନିର୍ବାଚନ ଲଢିପାରନ୍ତି ବୋଲି ଦାବିଦାର ରହିଛନ୍ତି । ତେବେ ସେ ଚାହିଁଲେ ଏହି ପଦରେ ଦାୟିତ୍ୱ ନେବେ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଦାୟିତ୍ୱରେ ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ରହିଛନ୍ତି । ଗତ ୪ ବର୍ଷରୁ ଏହି ପଦରେ ସେ ନିୟୋଜିତ ହୋଇଥିବା ବେଳେ ଆଗାମୀ କାର୍ଯ୍ୟକାଳ ମଧ୍ୟ ସେ ସମ୍ଭାଳିପାରନ୍ତି ।

ବିସିସିଆଇର ସମର୍ଥନରେ, ବାର୍କଲେ ଆଇସିସିର ଅଧ୍ୟକ୍ଷ ପଦ ହାତକୁ ନେଇଛନ୍ତି । ତେବେ ଯଦି ଜୟ ଶାହ ଏହି ପଦ ପାଇଁ ନିଜକୁ ସାମିଲ କରୁଛନ୍ତି, ବାର୍କଲେ ମଧ୍ୟ ଏହି ଦାୟିତ୍ୱରୁ ସହରି ଯାଇପାରନ୍ତି । ଏ ନେଇ ଖୁବ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜୟ ଶାହଙ୍କ ତରଫରୁ କୌଣସି ସୂଚନା ମିଳି ପାରିନାହିଁ । ଏଥିପାଇଁ ଜୟ ଶାହଙ୍କ ନିକଟରେ ଯଥେଷ୍ଟ ସମୟ ମଧ୍ୟ ରହିଛି ।

Get real time updates directly on you device, subscribe now.