fbpx

ସେଲଫି ନେବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିଲେ ଏମପି ଜୟା ବଚ୍ଚନ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଅନେକ ସମୟରେ ତାଙ୍କ ରୁକ୍ଷ ବ୍ୟବହାର ପାଇଁ ଚର୍ଚ୍ଚାରେ ଥାନ୍ତି । ତେବେ ପୁଣି ଥରେ ସେ ସେହି ଭଳି କିଛି ବିଷୟ ପାଇଁ ସମାଜିକ ଗଣମାଧ୍ୟମରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଜଣେ ବ୍ୟକ୍ତି ତାଙ୍କ ସହ ସେଲଫି ନେବାକୁ ଯାଉଥିବା ବେଳେ ସେ ଏଭଳି କିଛି ବ୍ୟବହାର କଲେ ଯାହା ତାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ନେଇଆସିଛି ।

 

ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସପକ୍ଷରେ କୋଲକାତାରେ ରୋଡ ସୋ କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏହା ଜୟାଙ୍କୁ ଆଦୌ ପସନ୍ଦ ନ ଆସିବାରୁ ହଠାତ୍ ଉକ୍ତ ଲୋକକୁ ସେ ଠେଲି ଦେଇଥିଲେ । ଆଉ ଏହି ସମୟର ଭିଡିଓ ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ଉତ୍ତୋଳନ କରିଥିଲେ । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଜୟାଙ୍କ ଏହି ଭିଡିଓ ଟି ଭାଇରାଲ୍ ହେବାପରେ ଅନେକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ତାଙ୍କର ଏହି ରୁକ୍ଷ ବ୍ୟବହାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାର ଉପରେ ମଧ୍ୟ ପ୍ରଭାବ ପକାଇଛି । କାରଣ ଏହି ଭାଇରାଲ୍ ଭିଡିଓରେ ଜଣେ ୟୁଜର୍ କମେଣ୍ଟ କରି କହିଛନ୍ତି ଯେ, “କେଜାଣି କାହିଁକି ଦିଦି ଏପରି ଲୋକଙ୍କୁ ଅର୍ଥାତ୍ ଜୟା ବଚ୍ଚନଙ୍କୁ ପ୍ରଚାର କରିବାକୁ ଦେଉଛନ୍ତି । ଟିଏମସି ଦଳ ଖରାପ ବ୍ୟବହାର, ଗର୍ବ ଆଦିରେ ଭରପୁର । ତେଣୁ ଆପଣ ମାନେ ଏହି ଭଳି ଦଳକୁ ଭୋଟ୍ ଦେବା ପୁର୍ବରୁ ଆଖି ଏବଂ ନିଜର ବ୍ରେନ୍ ବ୍ୟବହାର କରି ଭୋଟ୍ ଦିଅନ୍ତୁ’ ।

ସେହିଭଳି ଆଉ ଜଣେ ୟୁଜର୍ ଟୁଇଟ୍ କରି କହିଛନ୍ତି ଯେ, “କେଉଁ ଜିନିଷ ପାଇଁ ଏତେ ଗର୍ବ କରୁଛନ୍ତି । ଜଣେ ଲୋକକୁ ଆପଣ ସେଲଫି ନେବାରୁ ଧକ୍କା ଦେଲେ ??’ । ଏତିକି ବେଳେ ଆଉ ଜଣେ ଟୁଇଟ୍ କରିଛନ୍ତି ଯେ, “ଯଦି ଜଣେ ପୁରୁଷ ନେତା, ମହିଳାଙ୍କ ପ୍ରତି ଏପରି ବ୍ୟବହାର କରିଥାଆନ୍ତା ତେବେ କଣ ହୋଇଥାଆନ୍ତା?’ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଜଣେ ନାରିନେତ୍ରୀ ହିସାବରେ ସାଧାରଣ ଲୋକଙ୍କ ପ୍ରତି ଏପରି ବ୍ୟବହାର କେତେ ଗ୍ରହଣୀୟ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ସୁଚନା ଯେ, ଅଭିନେତ୍ରୀ ଜୟା ବଚ୍ଚନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସପକ୍ଷରୁ କୋଲକାତା ହାୱଡାରେ ଏକ ରାଲିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.