ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ, OAS ଅଫିସରଙ୍କୁ କଲେ ଟାର୍ଗେଟ୍
ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ କଲେ ।
ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ କଲେ । OAS ଅଫିସରଙ୍କ ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ ଜୟନାରାୟଣ ।
“ଗୋଟିଏ ପଟେ ବନ୍ୟା ସ୍ଥିତି, ଅନ୍ୟପଟେ ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ । କୋର୍ଟ ଗାଇଡଲାଇନ ନ ମାନି ଯେଉଁ ନାଟକ କଲେ, ଜଣାପଡ଼ୁଛି ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଜଗନ୍ନାଥ ପ୍ରଧାନ କଣ କରିଥିଲେ ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ବି ଷଡଯନ୍ତ୍ର କରିନାହାନ୍ତି । ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି । ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ । ଆଉ ମାଡ଼ ତତ୍ୱ ବିଜୁ ପଟନାୟକ କହିଥିଲେ । ଆମେ କଲୁ ସେଇଠୁ କଣ ହେଲା ? ବିଜୁ ପଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ । ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ । ଜଗନ୍ନାଥଙ୍କ ଗିରଫଦାରିକୁ ମୁଁ ପସନ୍ଦ କରୁନି । କାରଣ ଜଗନ୍ନାଥ ସେ ଜାଗାରେ ହିଁ ନଥିଲେ । ଏବଂ ତାଙ୍କ ନାଁରେ କୋଣସି FIR ନାହିଁ” ।
ବିଜେଡ଼ିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ? ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ବାଭାବିକ ବୋଲ ପ୍ରଶ୍ନ କହିଛନ୍ତି ଜୟନାରାୟଣ ମିଶ୍ର ।