fbpx

ଜେଡିୟୁ ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ରଞ୍ଜନଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଜେଡିୟୁ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ରଞ୍ଜନଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକ ରାଜୀବଙ୍କ ବିୟୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ରାଜନୀତି ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଶ୍ୱାସକ୍ରିୟା ଜନିତ ସମସ୍ୟା କାରଣରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

୨୦୧୦ ବିଧାନସଭା ନିର୍ବାଚନରେ ରାଜୀବ ବିଜୟ ହାସଲ କରିଥିଲେ । ୫ ବର୍ଷ ପରେ ସେ ନୀତିଶ କୁମାରଙ୍କ ସହ ମତଭେଦ କାରଣରୁ ବିଜେପିରେ ସାମିଲ ହୋଇଥିଲେ । ୨୦୨୨ରେ ସେ ବିଜେପି ଛାଡ଼ି ପୁନର୍ବାର ଜେଡିୟୁକୁ ଫେରିଥିଲେ । ରାଜୀବଙ୍କ ବିୟୋଗ ନେଇ ଜେଡିୟୁ ତରଫରୁ ଶୋକ ବ୍ୟକ୍ତ କରାଯିବା ସହ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରାଯାଇଛି । ମୃତ୍ୟୁ ବେଳକୁ ରାଜୀବଙ୍କ ୬୫ ବର୍ଷ ବୟସ ହୋଇଥିଲା ।

Get real time updates directly on you device, subscribe now.