fbpx
BJD
BJD SKY
BJD SKY

ଝରାଫୁଲ ଡେଥ୍ ସସପେନ୍ସ: ରିମାଣ୍ଡରେ ଗଲେ ରାକେଶ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଯାଜପୁର ପୋଲିସ ରାକେଶଙ୍କୁ ରିମାଣ୍ଡରେ ନେଇ କୁଆଖିଆ ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ରାକେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ପୋଲିସକୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.