fbpx

୧୦ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ଦୁଇଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଥିଲା ।

ରାଜ୍ୟର ବିଭିନ୍ନ ସହର ମଧ୍ୟରେ ଜି.ଉଦୟଗିରି ଓ ଫୁଲବାଣୀ ୪.୫, ଦାରିଙ୍ଗବାଡ଼ି ୭.୫, ବଲାଙ୍ଗିର ୭.୮, ଝାରସୁଗୁଡ଼ା ୮.୨, କେନ୍ଦୁଝର ୮.୨, ଭବାନିପାଟଣା ୮.୫, ସୋନପୁର ୯.୫, ଅନୁଗୁଳ ଓ ବାରିପଦା ୯.୬, କଟକ ୧୧.୮, ଭୁବନେଶ୍ୱର ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଫେବୃଆରୀ ମାସ ୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତଳ ଲହରୀ ଆଶଙ୍କା ଥିବାରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ କୁହାଯାଇଥିଲା । ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଥିଲା । ରାତିରେ ବାଇକ ଓ ଖୋଲା କାରରେ ଯାତ୍ରା ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।

Get real time updates directly on you device, subscribe now.