(Video) 80 ସ୍ପିଡରେ ଯାଉଥିବା ବସର ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍, ତାପରେ ଯାତ୍ରୀମାନେ..

ବସରେ ରହିଥିଲେ 50ରୁ 60 ଯାତ୍ରୀ। ହଠାତ୍ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍ ।

ନୂଆଦିଲ୍ଲୀ: ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଚଳନ୍ତା ବସରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍ ହୋଇଥିବା ଜଣାପଡିଛି । କିଛି ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ବସ୍ ଡ୍ରାଇଭରଙ୍କ ଜୀବନ ରକ୍ଷା ପାଇଗଲା।

ଖବର ଅନୁସାରେ, ଗଡ଼ୱାରୁ ରାଞ୍ଚି ଯାଉଥିବା ବସ୍‌ର ଡ୍ରାଇଭରଙ୍କୁ ହଠାତ୍ ହୃଦଘାତ ହୋଇଥିଲା। ଏହି ସମୟରେ ବସଟି ନଦୀ ଉପରେ ଥିବା ଏକ ପୋଲ ଦେଇ ଯାଉଥିଲା। ଡ୍ରାଇଭର କୌଣସି ପ୍ରକାରେ ବସ୍‌ଟିକୁ ଅଟକାଇଲେ, କିନ୍ତୁ ତା’ପରେ ସେ ଚେତାଶୂନ୍ୟ ହୋଇଗଲେ।

ତଥାପି, ବସ୍‌ରେ ଥିବା କିଛି ଯାତ୍ରୀ ଡ୍ରାଇଭରଙ୍କୁ CPR ଦେଇଥିଲେ । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଯାତ୍ରୀମାନଙ୍କୁ ପ୍ରଶଂସା କରାଯାଇଛି ।

ସୂଚନା ଅନୁଯାୟୀ, ଗଢ଼ୱା ସଦର ଥାନା ଅଞ୍ଚଳର ଟାହଲେ ବ୍ରିଜ୍ ନିକଟରେ ଏକ ବସ୍ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସୁସ୍ଥ ଅନୁଭବ କଲେ । ପରେ  ସେ ଗୋଟିଏ ପାର୍ଶ୍ୱରେ ବସ୍ ଅଟକାଇ ଦେଲେ ଏବଂ ତା’ପରେ ଚେତାଶୂନ୍ୟ ହୋଇଗଲେ ।

ଏହା ପରେ, ବସ୍‌ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଫୋନ୍‌ରେ ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ଅନ୍ୟ ଯାତ୍ରୀଙ୍କ ସହାୟତାରେ ତାଙ୍କୁ CPR ଦେଇଥିଲେ । ଏହି ଘଟଣାର ଏକ 22 ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।