fbpx

ଭାରୋତ୍ତଳନରେ ଓଡ଼ିଶାର ଗୌରବ: ବ୍ରୋଞ୍ଜ ପଦକ ଜିତିଲେ ଝିଲ୍ଲୀ ଓ ସ୍ନେହା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପର ଆଜି ସଂଧ୍ୟା ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ଓଡିଶାର ଦୁଇ ମହିଳା ଖେଳାଳି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆରଏସପିବି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ଝିଲି ଦଳବେହେରା ବରିଷ୍ଠ ମହିଳା ବର୍ଗରେ ସ୍ନାଚରେ ୭୬ କେଜି ଏବଂ କ୍ଲିନ ଆଣ୍ଡ ଜର୍କରେ ୯୩କେଜି ସହ ମୋଟ ୧୬୯କେଜି ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ମଣିପୁରର ଜୀନାରାଣୀ ଦେଵୀ ମୋଟ ୧୭୫ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆରଏସପିବିର ସଂଜିତା ଚାନୁ ମୋଟ ୧୭୪ ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ୪୯ କେଜି ଆନ୍ତଃ ରାଜ୍ୟ ବରିଷ୍ଠ ମହିଳା ବର୍ଗରେ ଓଡିଶାର ସ୍ନେହା ସୋରେନ ସ୍ନାଚରେ ୭୫କେଜି ଏବଂ କ୍ଲିନ ଆଣ୍ଡ ଜର୍କରେ ୯୧କେଜି ସହ ମୋଟ ୧୬୬କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୪୯ କେଜି ୟୁଥ ମହିଳା ବର୍ଗରେ ପଣ୍ଡିଚେରିର ଭି. ମଧୁମିତା ମୋଟ ୧୫୫କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଉତ୍ତରପ୍ରଦେଶର ନିଲମ ପଟେଲ ମୋଟ ୧୫୨ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ନୀଳମ ଏହି ବର୍ଗରେ ସ୍ନାଚରେ ସର୍ବାଧିକ ୬୭କେଜି ଉତ୍ତୋଳନ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ତାମିଲନାଡୁର ଭି. ରିଥିକା ମୋଟ ୧୫୦ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୪୯କେଜି ଜୁନିୟର ମହିଳା ବର୍ଗରେ ମହାରାଷ୍ଟ୍ରର ସାକ୍ଷୀ ମହାସକେ ମୋଟ ୧୬୮ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଛତିଶଗଡର ଜ୍ଞାନେଶ୍ବରୀ ଯାଦବ ମୋଟ ୧୬୧ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ପଣ୍ଡିଚେରୀ ର ଭି. ମଧୁମିତା ୧୫୫କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.