fbpx

Jio Fiberକୁ ଆପଣମାନେ ମାଗଣାରେ ବର୍ଷ ସାରା ବ୍ୟବହାର କରିପାରିବେ, ଇଣ୍ଟରନେଟ୍ ଛଡ଼ା ରହିଛି ଅନେକ ଫ୍ରି’ ସର୍ଭିସ୍, ଜାଣନ୍ତୁ ସମସ୍ତ ପ୍ରୋସେସ୍

Advertisement

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆସିବା ପରେ ଇଣ୍ଟରନେଟ୍ ଦୁନିଆରେ ସତେ ଯେମିତି ନିଆଁ ଲାଗିଯାଇଥିଲା । ଫ୍ରିରେ ଇଣ୍ଟରନେଟ ସେବା ପାଇବା ଫଳରେ ଲକ୍ଷ ଲକ୍ଷ କଷ୍ଟମର ଜିଓ ସହିତ ଯୋଡ଼ି ହୋଇଥିଲେ । ତେବେ ବର୍ତ୍ତମାନ ସମୟରେ ରିଲାଏନ୍ସ ଜିଓ ଗ୍ରାହକମାନଙ୍କୁ ଜିଓ ଫାଇବରରେ ଯୋଡ଼ିବା ପ୍ରୟାସରେ ରହିଛି । ସେଥିପାଇଁ କମ୍ପାନୀ ତା’ର ପ୍ରିୟ ଗ୍ରାହକମାନଙ୍କୁ ଅନେକ ପ୍ରକାର ଫ୍ରି ସେବା ପ୍ରଦାନ କରୁଛି । ଜିଓ ଫାଇବରରେ ଯୋଡ଼ି ହେଉଥିବା ନୂଆ କଷ୍ଟମରମାନଙ୍କୁ କମ୍ପାନୀ ତରଫରୁ ମାସକ ଫାଇଁ ଫ୍ରି ସେବା ଯୋଗାଇ ଦିଆଯାଉଛି । ଏହାବ୍ୟତୀତ ଗ୍ରାହକଙ୍କୁ କମ୍ପାନୀ ବର୍ଷ ସାରା ଫ୍ରି’ରେ ଅନେକ ସର୍ଭିସ୍ ପ୍ରଦାନ କରୁଥିବା ଜଣାପଡ଼ିଛି ।

ଯଦି ଆପଣମାନେ ଜିଓ ଫାଇବର ଗ୍ରାହକ ଅଟନ୍ତି, ତେବେ ଆପଣଙ୍କୁ ୩୦ ଦିନ ପାଇଁ ଅଫିସିଆଲି ଫ୍ରି ସର୍ଭିସ୍ ନିଶ୍ଚିତ ଭାବେ ପ୍ରଦାନ କରାଯାଇଥିବ । ଯଦି ଆପଣ କେବଳ ଡାଟା ଚାହାନ୍ତି, ତେବେ ଆପଣଙ୍କୁ ୧୫୦୦ ଟଙ୍କା ଜମା କରିବାକୁ ପଡ଼ିବ, ଯାହାକି ଫେରସ୍ତଯୋଗ୍ୟ ଅଟେ । ଏହି ପ୍ଲାନରେ ଆପଣଙ୍କୁ ବିନା ଡାଟା ଲିମିଟ୍ ସହ ୧୫୦ ଏମବିପିଏସ୍ ସ୍ପିଡ ଓ ୱାଇ-ଫାଇ ଓଏନଟି ମୋଡେମ୍ ଦିଆଯାଇଥାଏ । ଯଦି ଆପଣ ବ୍ରଡବ୍ୟାଣ୍ଡ କନେକ୍ସନ ସହ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ ପ୍ଲାନ ନେବାକୁ ଚାହାନ୍ତି, ତେବେ ଆପଣଙ୍କୁ ୨୫୦୦ ଟଙ୍କାର ଫେରସ୍ତଯୋଗ୍ୟ ଆମାଉଣ୍ଟ ଜମା କରିବାକୁ ପଡ଼ିବ । ନୂଆ କଷ୍ଟମରଙ୍କ ପାଇଁ ଏହା ମାସକ ପାଇଁ ଫ୍ରି ରହିଥାଏ । ଏଥିରେ ୧୩ଟି ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ ପ୍ରଦାନ କରାଯାଇଥାଏ । ୧୫୦ ଏମବିପିଏସ୍ ସ୍ପିଡ କେବଳ ଟ୍ରାଏଲ ପିରିୟଡ୍ ସମୟରେ ପ୍ରଦାନ କରାଯାଇଥାଏ । ଏହାପରେ ସମସ୍କ୍ରାଇବଡ୍ ପ୍ଲାନର ହିସାବ ଅନୁସାରେ ଫାଇଦା ପ୍ରାପ୍ତ ହୋଇଥାଏ । ଯଦି ଆପଣ ସବସ୍କ୍ରିପସନ୍ ଚାହୁଁ ନଥିବେ, ତଥାପି ମଧ୍ୟ ଆପଣ ଏହାକୁ ବର୍ଷ ସାରା ଚଲାଇ ପାରିବେ । ଏଥିପାଇଁ କମ୍ପାନୀ ଆପଣଙ୍କୁ ପ୍ରମୋସନାଲ ଅଫର୍ ପ୍ରଦାନ କରିଥାଏ ।

ଜିଓ ସେହି କଷ୍ଟମରଙ୍କୁ ଏକ ମାସ ପର୍ଯ୍ୟନ୍ତ ଜିଓ ଫାଇବର ଫ୍ରି ସର୍ଭିସ୍ ପ୍ରଦାନ କରିଥାଏ, ଯେଉଁ କଷ୍ଟମରମାନେ ନୂଆ ରେଫରେନ୍ସ ଦେଇଥାନ୍ତି । ଅର୍ଥାତ୍ ଯଦି ଆପଣଙ୍କ ରେଫର ଅନୁଯାୟୀ, ଏକ ନୂଆ କଷ୍ଟମର ଜିଓ ଫାଇବର ସହ ଯୋଡ଼ି ହୋଇଥାଏ, ତେବେ ଆପଣ ଓ ଆପଣଙ୍କ ବନ୍ଧୁଙ୍କୁ ଏକ ମାସ ପାଇଁ ଜିଓ ଫାଇବରର ଫ୍ରି ସର୍ଭିସ୍ ମିଳିଥାଏ । ଆପଣ ମଧ୍ୟ ଏ କ୍ଷେତ୍ରରେ ଏକ ବର୍ଷ ପାଇଁ ରେଫର କରିପାରିବେ । ଏଥିପାଇଁ କୌଣସି ସୀମା ନାହିଁ । ଯଦି ଆପଣ ୧୨ ଜଣଙ୍କୁ ରେଫର କରିବା ପରେ ସେମାନେ ଜିଓ ଫାଇବର ସହ ଯୋଡ଼ି ହୁଅନ୍ତି, ତେବେ ଆପଣଙ୍କୁ ୧୨ ମାସ ପାଇଁ ଫ୍ରି’ରେ ସର୍ଭିସ୍ ପ୍ରାପ୍ତ ହେବ । ଏହାକୁ ରେଫର କରିବା ପାଇଁ ଆପଣ ଜିଓ ଆପରେ ଜିଓ ଫାଇବରକୁ ଯାଇ ରେଫର ଅପସନକୁ ସିଲେକ୍ଟ କରି ରେଫର କରିପାରିବେ । ତେଣୁ ଆଉ ବିଳମ୍ବ ନକରି ତୁରନ୍ତ ଜିଓର ଏହି ବେନିଫିଟ୍ ନିଶ୍ଚୟ ଉଠାନ୍ତୁ ।

Get real time updates directly on you device, subscribe now.