fbpx

Jio ଲଞ୍ଚ କଲା ଭାଲେଣ୍ଟାଇନ୍ସ ଡେ’ ଅଫର: ମାତ୍ର ୩୪୯ ଟଙ୍କାରେ ଦୈନିକ ୨.୫ GB ଡାଟା, ଅନଲିମିଟେଡ କଲିଂ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଗ୍ରାହକମାନେ ଅଧିକ ସମୟ ସ୍ମାର୍ଟଫୋନରେ ବିତାଇବା ସହ ନୂଆ ନୂଆ ଅଫରକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି । ତେଣୁ ଟେଲିକମ୍ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ପ୍ଲାନ୍ ଲଞ୍ଚ କରିଥାନ୍ତି । ତେବେ ନିକଟରେ ଦେଶର ବୃହତ୍ତମ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏକ ଖାସ୍ ଅଫର ଲଞ୍ଚ କରିଛି ।

ଜିଓ ପକ୍ଷରୁ ଦୁଇଟି ସ୍ପେଶାଲ ପ୍ଲାନ୍ ଲଞ୍ଚ କରାଯାଇଛି । ୩୪୯ ଟଙ୍କାରେ ଗ୍ରାହକମାନେ ଦୈନିକ ୨.୫ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା ପାଇ ପାରିବେ । ଏହି ପ୍ଲାନର ଭାଲିଡିଟି ୨୮ ଦିନ ରହିଛି ଓ ଗ୍ରାହକମାନେ ଦିନକୁ ୧୦୦ଟି ଏସଏମଏସ୍ ପଠାଇ ପାରିବେ । ଏହି ରିଚାର୍ଜ ଆପଣମାନେ ମାଇ ଜିଓ ଆପ, ଜିଓ ୱେବସାଇଟ୍ ଓ ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ କରିପାରିବେ ।

ସେହିପରି ୮୯୯ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ମଧ୍ୟ ଦୈନିକ ୨.୫ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା ପାଇପାରିବେ । ଏହି ପ୍ଲାନର ଭାଲିଡିଟି ୯୦ ଦିନ ରହିଥିବା ବେଳେ ଦିନକୁ ୧୦୦ଟି ଏସଏମଏସ୍ ପଠାଇ ପାରିବେ । ଏଥିସହିତ ଜିଓର ଆହୁରି ଅନେକ ବଢ଼ିଆ ପ୍ଲାନ ରହିଛି । ୟୁଜର୍ସ ୨୯୯୯ ଟଙ୍କାର ରିଚାର୍ଜ କରି ପୂରା ୩୬୫ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇପାରିବେ । ଭାଲେଣ୍ଟାଇନ୍ସ ଡେ’ ଅବସରରେ ଜିଓ ୟୁଜର୍ସଙ୍କୁ ୨୩ ଦିନର ଅଧିକ ଭାଲିଡିଟି ପ୍ରଦାନ କରୁଛି । ଅର୍ଥାତ ଗ୍ରାହକମାନେ ୩୮୮ ଦିନର ଭାଲିଡିଟି ପାଇପାରିବେ ।

Get real time updates directly on you device, subscribe now.