fbpx

ଦିଲ୍ଲୀ ଏୟାରପୋର୍ଟରେ ୩ଜଣଙ୍କ ପାଖେ ମିଳିଲା ଆରବିଆଇର ନକଲି ଡକ୍ୟୁମେଣ୍ଟ ଏବଂ କ୍ୟାସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉଦ୍ୟେଗିକ ସୁରକ୍ଷା ବଳ ଦିଲ୍ଲୀ ଏୟାର ପୋର୍ଟରେ ଆରବିଆଇର ନକଲି ଡକ୍ୟୁମେଣ୍ଟ ଧରାପଡିଛି । କୁହାଯାଉଛି ଯେ, ତିନିଜଣ ଲୋକ ଆଇଜିଆଇ ଏୟାରପୋର୍ଟରେ ଚେନ୍ନାଇ ଯିବା ପାଇଁ ପହଁଚିଥିଲେ । ସିଆଇଏସଏଫ କର୍ମଚାରୀମାନେ ତାଙ୍କୁ ପଚରା ଉଚରା କରି ତଦନ୍ତ ଆରମ୍ଭ କରିବାକୁ ଲାଗିଥିଲେ । ଆଧିକାରୀ ଆଜି ଏହି ତଥ୍ୟ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ସିଆଇଏସଏଫ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଟର୍ମିନଲ ୩ରେ ସୁରକ୍ଷା ଯାଞ୍ଚ କରାଯାଉଥିଲା । ସେଠାରେ ତିନି ଜଣ ଯାତ୍ରୀ ଦିଲ୍ଲୀ ଏୟାରପୋର୍ଟରୁ ଚେନ୍ନାଇ ଯାଉଥିଲେ । ଚେକିଂ ସମୟରେ ସେମାନଙ୍କ ପାଖେ କିଛି ଦଲିଲନାମା ଏବଂ କ୍ୟାସ ମିଳିଥିଲା । ଯେତେବେଳେ ସିଆଇଏସଏଫର ଅଧୀକାରୀ କାଗଜ ଗୁଡ଼ିକ ବିଷୟରେ ପଚାରିଥିଲେ ସେମାନେ ଲାଞ୍ଚ ଦେବାକୁ ଆରମ୍ଭ କରିଥିଲେ । ସେହି ଡକ୍ୟୁମେଣ୍ଟ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ସହିତ ମେଳ ଖାଉଥିଲା ।

ସିଆଇଏସଏଫର ପ୍ରବକ୍ତା କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା ସେ ତାର ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ସେ ଏସଏସଆଇଙ୍କୁ ୩ ଲକ୍ଷ ଟଙ୍କା ଲାଂଚ ଦେଇଥିଲେ । ଏହା ପରେ ସେହି ୩ଜଣ ଯାତ୍ରୀଙ୍କୁ ପ୍ଲାଇଟରୁ ତଳକୁ ଓହ୍ଲା ଯାଇଥିଲା । ସେଠାରେ ଦିଲ୍ଲୀ ପୋଲିସ ଏହି ଅଭିଯୋଗରେ ସେହି ୩ଜଣ ଯାତ୍ରୀଙ୍କୁ ଗିରଫ କରିଥିଲା । ସେଠାରେ ସିଆଇଏସଏଫର ମହାନିର୍ଦ୍ଦେଶକ ଏପରି ପ୍ରଶଂସନୀୟ କାମ ପାଇଁ ଏଏସଆଇ ହରୀ କିଶନଙ୍କୁ ନଗଦ ପୁରଷ୍କାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.