fbpx

ସେପ୍ଟେମ୍ବରରେ ଆସିବ JioPhone Next

ଆସନ୍ତା ସେପ୍ଟେମ୍ବରରେ ଲଞ୍ଚ ହେବ JioPhone Next । ରିଲାଏନ୍ସର ୪୪ତମ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ଼ର ସିଇଓ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଏହା କମ୍ପାନୀର ସବୁଠୁ ଶସ୍ତା ସ୍ମାର୍ଟଫୋନ ହେବାକୁ ଯାଉଛି ଯାହା ମଧ୍ୟମ ବର୍ଗର ଗ୍ରାହକଙ୍କୁ ବେସ ସୁହାଇବ  । ଗୁରୁବାର ରିଲଏନ୍ସ ଏଜିଏମ ୨୦୨୧ ଭର୍ଚୁଆଲ ଇଭେଣ୍ଟରେ ଏହା ସହ ଆହୁରି ଅନେକ ଘୋଷଣା କରାଯାଇଛି । ଏହି ନୂଆ ସ୍ମାର୍ଟଫୋନ Google ସହଭାଗୀତାରେ ବିକଶିତ ହୋଇଛି । ଏଥିରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ସବୁଠାରୁ ଭଲ ଅପ୍ଟିମାଇଜିଙ୍ଗ ଭର୍ଜନ ସହ ଦେଖିବାକୁ ମିଳିବ ।

ରିଲାଏନ୍ସ ଏଜିଏମରେ ମୁକେଶ ଅମ୍ବାନୀ କହିଛନ୍ତି ଭାରତରେ ଏବେବି ୩୦ କୋଟି ମୋବାଇଲ ୟୁଜର୍ସ ୨ଜି ସେବା ବ୍ୟବହାର କରୁଛନ୍ତି । କାରଣ ଏପର୍ଯ୍ୟନ୍ତ ଦେଶରେ ଶସ୍ତା ୪ଜି ଫୋନ ବି ସୁଲଭ ମୂଲ୍ୟରେ ମିଳିନାହିଁ  । ସେ କହିଛନ୍ତି ଗୁଗଲ ସହଭାଗୀତାରେ ଆମେ ଆଗାମୀ ପିଢ଼ୀ ର ୪ଜି ଫୋନ ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଥିଲୁ ଯାହା ଶସ୍ତା ମଧ୍ୟ ହେବ । ଅବଶ୍ୟ କମ୍ପାନୀ ଏପର୍ଯ୍ୟନ୍ତ ଏହି ଫୋନର ଫିଚର୍ସ ବିଷୟରେ କହିନାହିଁ । କିନ୍ତୁ ଏହା ସ୍ପଷ୍ଟ କରିଛି ଯେ ଭାରତରେ JioPhone Next ୧୦ ସେପ୍ଟେମ୍ବରରେ ଲଞ୍ଚ କରାଯିବ । ଏହାର ଦାମ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । କେବଳ ଏତିକି କୁହାଯାଇଛି ଏହା କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ।

JioPhone Nextରେ ରହିଛି ଏହି ଫିଚର୍ସ:

JioPhone Next ସେହି ଲୋକଙ୍କ ପାଇଁ ଡିଜାଇନ କରାଯାଇଛି ଯେଉଁମାନେ କମ ବଜେଟରେ  ମଧ୍ୟ ୪ଜି ଫୋନ କିଣିବାକୁ ଚାହୁଛନ୍ତି । ଏହି ନୂଆ ସ୍ମାର୍ଟଫୋନ ଏକ କଷ୍ଟମ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ଉପରେ ଆଧାରିତ, ଯାହାକୁ ବିଶେଷ ଭାବରେ Google ଦ୍ୱାରା Jio ପାଇଁ ତିଆରି କରାଯାଇଛି । ସ୍ମାର୍ଟଫୋନରେ ଭଏସ ଆସିଷ୍ଟାଣ୍ଟର ସୁବିଧା ମିଳିବ । ଏଥିରେ ସ୍କ୍ରିନ ଟେକ୍ସଟ ରିଡ ଫିଚର ମଧ୍ୟ ଦେଖିବାକୁ ମିଳିବ ଯାହା ପଢିବା ପାଇଁ ସହାୟକ ହୋଇଥାଏ । ଏହା ସହ ବିଭିନ୍ନ ଭାଷାରେ ଟ୍ରାନସଲେସନ ଫିଚର ମଧ୍ୟ ଦେଖିବାକୁ ମିଳିବ । ଏଥିରେ AR କ୍ୟାମେରା ଦେଖିବାକୁ । Google ସହଭାଗୀତାରେ ତିଆରି କରାଯାଇଥିବାରୁ ଏଥିରେ ଆଣ୍ଡ୍ରଏଡ୍ ଅପଡେଟ ମଧ୍ୟ ମିଳିବ ।

ଏହା ପ୍ରଥମ ଥର ନୁହେଁ କମ୍ପାନୀ ପୂର୍ବରୁ ମଧ୍ୟ ସ୍ମାର୍ଟଫୋନ ନିର୍ମାଣ କରିଥିଲା । ୨୦୧୭ ରେ ଟେଲିକମ କମ୍ପାନୀ JioPhoneକୁ ୪ଜି କନେକ୍ଟିଭିଟି ସହ ସ୍ମାର୍ଟ ଫିଚର ଫୋନ ଭାବରେ ଉପସ୍ଥାପନ କରିଥିଲା । ଏହି ଫୋନକୁ ୨୦୧୮ରେ JioPhone-2 ସହ ଅପଗ୍ରେଡ କରାଯାଇଥିଲା । ତେବେ ଆଗାମୀ JioPhone Next ଫୁଲ୍ ଟଚ ସ୍କ୍ରିନ ସହ ଆସିବ ।

ଆହୁରି ପଢ଼ନ୍ତୁ…

ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

Get real time updates directly on you device, subscribe now.