fbpx
BSKY SKY
BSKY SKY

ସୋସିଆଲ ମିଡିଆ ପାଇଁ ସମୟ ଅଛି, କିନ୍ତୁ କୋର୍ଟକୁ ଆସିବାକୁ ବର୍ଷାଙ୍କ ପାଖରେ ସମୟ ନାହିଁ: ଅନୁଭବ

BSKY

କଟକ: କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ତତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କୋର୍ଟ ଆଜି ପହଂଚିଥିଲେ । ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାସିବାରୁ ମଧ୍ୟସ୍ଥତା କେନ୍ଦ୍ରରେ ଅନୁଭବ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟେ ଆଜି ଗଣମାଧ୍ୟମ ଜରିଆରେ ମାମଲାରେ ପୂର୍ଣ୍ଣଛେଦ ଆଣିବାକୁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ । ଅନୁଭବ କହିଛନ୍ତି ଯେ, “ଏହା ଘର କଥା ମୁଁ ବାହାରେ କହିବାକୁ ଚାହୁଁ ନ ଥିଲି । ପ୍ରଥମେ ମୁଁ ଦିଲ୍ଲୀରେ ଛାଡପତ୍ର ମାମଲା କରିଥିଲି । ପରେ ସେ କଟକରେ ଏସଡ଼ିଜେଏମ ଓ ଫ୍ୟାମିଲି କୋର୍ଟ୍ ରେ ଦୁଇଟି କେସ କରିଥିଲେ । ଏସଡ଼ିଜେଏମ କୋର୍ଟରେ ତାଙ୍କୁ ମୁଁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆଣିଥିବା ବେଳେ ଫ୍ୟାମିଲି କୋର୍ଟ ରେ ମୋ ସହ ରହିବା ପାଇଁ ଚାହୁଁଥିବା ଆବେଦନ କରିଛନ୍ତି” ।

ବର୍ଷା ଆଜି କୋର୍ଟକୁ ନ ଆସିବାରୁ ଅନୁଭବ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥାକୁ ମୁଁ ଆଜି ଯାଏଁ ଅସମ୍ମାନ କରିନି । ମୁଁ କୌଣସି ତାରିଖ ମିସ୍ କରିନାହିଁ । ହେଲେ ବର୍ଷା ମୋର କୋର୍ଟରେ ଦାଖଲ ହୋଇଥିବା ପ୍ରତିଉତ୍ତର ଗ୍ରହଣ କରୁ ନାହାନ୍ତି କି ମଧ୍ୟସ୍ତତା କେନ୍ଦ୍ରକୁ ଆସୁ ନାହାନ୍ତି । ବିଭିନ୍ନ କାର୍ଯ୍ୟ କରି ସୋସିଆଲ ମିଡିଆରେ ଫଟୋ ଆଉ ଭିଡିଓ ସେୟାର କରିବାକୁ ସମୟ ମିଳୁଛି । କିନ୍ତୁ କୋର୍ଟ କାର୍ଯ୍ୟ ପାଇଁ ସମୟ ତାଙ୍କୁ ମିଳୁ ନାହିଁ ବୋଲି ସେ କହିଛନ୍ତି । ତେବେ ଅନୁଭବଙ୍କ ଏଭଳି ପ୍ରତିକ୍ରିୟା ଉପରେ ବର୍ଷା ପ୍ରିୟଦର୍ଶୀନୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

Get real time updates directly on you device, subscribe now.