fbpx
BSKY
BJD MC SKY
BJD YOUTH SKY

ଜିଓର ଖାସ ପ୍ଲାନ, ଥରେ ରିଚାର୍ଜରେ ଚାଲିବ ୨ଟି ଲୋକଙ୍କ ଫୋନ

ନୂଆଦିଲ୍ଲୀ: ଜିଓ ସର୍ବଦା ଉପଭୋକ୍ତା ମାନଙ୍କୁ ଅନେକ ସୁବିଧା ଦେଇଆସିଛି । ତେବେ ଜିଓର ପୋର୍ଟଫୋଲିଓରେ ଆପଣଙ୍କୁ ଅନେକ ପ୍ଲାନ ମିଳୁଛି । କମ୍ପାନୀ ଏଥିରେ ଅନେକ ଖାସ୍ ପ୍ଲାନ ମଧ୍ୟ ଅଫର କରିଥାଏ । ତେବେ ରିଚାର୍ଜ ଫ୍ୟାମିଲି ପ୍ୟାକ୍ ମଧ୍ୟ ରହିଛି । ଯେଉଁଥିରେ ଏକ ରୁ ଅଧିକ କଂଜ୍ୟୁମର୍ସଙ୍କ କନେକସନ ଲାଇଭ୍ ରହି ପାରିବ ।

ସୂଚନା ଅନୁଯାୟୀ, ଜିଓ ଫ୍ୟାମିଲି ପ୍ଲାନ କମ୍ପାନୀର ପୋଷ୍ଟପେଡ୍ ପୋର୍ଟଫୋଲିଓର ଅଂଶ ଅଟେ । ଅର୍ଥାତ ଏହାର ଫାଇଦା କେବଳ ପୋଷ୍ଟପେଡ୍ ୟୁଜର୍ସ ମାନଙ୍କୁ ମିଳିପାରିବ । ଯଦି ଆପଣ ଦୁଇଟି ଲୋକଙ୍କ ୟୁଜର୍ସ ପାଇଁ ଗୋଟିଏ ରିଚାର୍ଜ ପ୍ଲାନ ଖୋଜୁଛନ୍ତି ତେବେ ଏହା ଜିଓ ପୋଷ୍ଟପେଡର ଫ୍ୟାମିଲି ପ୍ଲାନ ୫୯୯ ଟଙ୍କାରେ ଆସୁଛି । ଏହି ପ୍ଲାନରେ ମେନ ୟୁଜର୍ସ ବ୍ୟତୀତ ଜଣେ ଆଡିସନାଲ ଯୋଡି ହୋଇପାରିବ । ଏଥିରେ ଡାଟା କଲିଂ ଏବଂ ଏସଏମଏସ ତିନୋଟି ବେନିଫିଟ ମିଳିବ ।

ଏହି ରିଚାର୍ଜ ପ୍ଲାନରେ ୧୦୦ଜିବି ଡାଟା ମିଳୁଛି । ଡାଟା ଭାଲିଡିଟି ସରିବା ପରେ ୟୁଜର୍ସ ଙ୍କୁ ୧୦ ଟଙ୍କା ପ୍ରତି ଜିବି ଡାଟା ଦରରେ ଡାଟା ମିଳିବ । ରିଚାର୍ଜ ପ୍ଲାନରେ ୨୦୦ ଜିବି ଡାଟା ରୋଲଓଭରର ସୁବିଧା ମଧ୍ୟ ମିଳୁଛି । ଅର୍ଥାତ ୟୁଜର୍ସ ବଞ୍ଚିଥିବା ଡାଟାକୁ ପରେ ୟୁଜ କରି ପାରିବେ । ଏହାପରେ ଅନଲିମିଟେଡ୍ କଲ୍ ଏବଂ ଡେଲୀ ୧୦୦ଟି ଏସଏମଏସର ବେନିଫିଟ୍ ମଧ୍ୟ ମିଳିବ । ଏହାସହ ବ୍ୟବହାରକାରୀଙ୍କୁ ନେଟଫ୍ଲିକ୍ସ ମୋବାଇଲ, ଆମାଜୋନ ପ୍ରାଇମ, ଜିଓ ଏବଂ ଦ୍ୱିତୀୟ ପ୍ଲାଟଫର୍ମର ଆକ୍ସେସ ମଧ୍ୟ ମିଳିବ ।

Get real time updates directly on you device, subscribe now.