fbpx

କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ବିଫଳ, ସୁରକ୍ଷା ବାହିନୀ ଗୁଳୀରେ ତିନି ପାକିସ୍ତାନୀ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର: କୁପଓ୍ୱାଡାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦିଙ୍କ ମଧ୍ୟରେ ଗୁଳୀମାଡ଼ ଜାରି ରହିଛି। ଏହି ଗୁଳିକାଣ୍ଡରେ ଲସ୍କରର ତିନି ଆତଙ୍କୀଙ୍କୁ ନିପାତ କରିଛନ୍ତି ସେନା। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ବର୍ତ୍ତମାନ ଆତଙ୍କୀଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ କୁପଓ୍ୱାଡାର ଜୁମାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଗୁଇନ୍ଦା ଖବର ଆଧାରରେ ସେନା ଅପରେସନ ଆରମ୍ଭ କରିଥିଲା। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତ ତିନି ଆତଙ୍କୀଙ୍କୁ ନିପାତ କରିଛି ସେନା।

ଏହା ପୁର୍ବରୁ ଗତକାଲି ବାରମୁଳାରେ ହଟାତ୍ ହୋଇଥିବା ଗୁଳିକାଣ୍ଡରେ ଜୈସ-ଇ-ମହମ୍ମଦର ତିନି ପାକିସ୍ତାନୀ ଆତଙ୍କୀ ମୃତ୍ୟୁ ବରଣ କରିଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉତ୍ତର କାଶ୍ମୀରର କ୍ରେରୀ ଅଞ୍ଚଳରେ ନଜୀବତଠାରେ ଏନକାଉଣ୍ଟରରେ ଜଣେ ପୋଲିସ ସହିଦ ହୋଇଥିଲେ। ପୋଲିସ୍ ଦ୍ୱାରା ସ୍ଥାପିତ ଏକ ଚେକପଏଣ୍ଟରେ ଏହି ଏନକାଉଣ୍ଟର ହୋଇଛି।

କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ଯେ, ଗତକାଲି ପୁରା କାଶ୍ମୀରରେ ଚେକପଏଣ୍ଟ ଲଗାଯାଇଥିଲା। କ୍ରେରୀ ଅଞ୍ଚଳରେ ନାଜିଭଟ୍ଟରେ ହଟାତ୍ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ଏହି ଗୁଳିକାଣ୍ଡରେ ତିନି ଆତଙ୍କବାଦୀ ନିହତ ହୋଇଥିଲେ।

Get real time updates directly on you device, subscribe now.