fbpx
BSKY
BJD YOUTH SKY
BJD MS SKY

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଯୋଗ୍ୟ ପ୍ରାର୍ଥୀଙ୍କୁ ଫାର୍ମ ମ୍ୟାନେଜର, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଫିଶେରୀ ସାଇନ୍ସ, ଆନିମଲ ସାଇନ୍ସ, ଫରେଷ୍ଟ୍ରି ସାଇନ୍ସ ଓ ସଏଲ ସାଇନ୍ସ ଆଦି ବିଭାଗରେ ପ୍ରାର୍ଥୀଙ୍କୁ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଅଫଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ । ଆସନ୍ତା ମାସ ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ପତ୍ର ଅଫିସିଆଲ ଠିକଣାରେ ପଠାଇବାକୁ ପଡ଼ିବ ।

ପ୍ରାର୍ଥୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ଆପ୍ଲିକେସନ ଫିସ, ଆବେଦନ ଠିକଣା, ବୟସ, ସ୍କେଲ ଅଫ୍ ପେ, କାର୍ଯ୍ୟ ଅଭିଜ୍ଞତା ଆଦି ବିଷୟରେ ଜାଣିବା ପାଇଁ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କ ଫଲୋ କରିପାରିବେ । ଏହି ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ଏହି ସମସ୍ତ ପଦରେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଯୁକ୍ତି ସମ୍ବନ୍ଧୀୟ ନୋଟିଫିକେସନକୁ ଭଲ ଭାବେ ପଢ଼ିବାକୁ ଅନୁରୋଧ ।

ଅଫିସିଆଲ ନୋଟିଫିକେସନ ଲିଙ୍କ: https://www.ouat.nic.in/

Get real time updates directly on you device, subscribe now.